ଦେବଗଡରେ ଭୂଷୁଡିଲା ନିର୍ମାଣାଧୀନ ଓଭର ବ୍ରିଜ, ପୋଲତଳେ ଶ୍ରମିକ ଫଶି ରହିଥିବା ଆଶଙ୍କା

Published By : Prameya-News7 Bureau | January 28, 2020 IST

ଦେବଗଡ ୨୮।୧: ପୁରୁଣାଗଡରେ ନିର୍ମିତ ହେଉଥିବା ୪ ଲେନ୍ ଓଭର ବ୍ରିଜ ନିର୍ମାଣ ବେଳେ ମଙ୍ଗଳବାର ଘଟିଛି ଅଘଟଣ। ନିର୍ମାଣାଧୀନ ପୋଲର ଗୋଟିଏ ସ୍ପାନ ତଳକୁ ଦବିଯାଇଛି। ଫଳରେ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଦବି ରହିଥିବାର ଆଶଙ୍କା କରାଯାଉଛି।

{"id":217176,"width":580,"height":369,"sizeSlug":"large"}

ଏଠାରେ ଓରିଏଣ୍ଟାଲ ଷ୍ଟ୍ରକଚରାଲ କମ୍ପାନୀ ଏହି ଓଭର ବ୍ରିଜର ନିର୍ମାଣ କାମ କରୁଛି। ତେବେ କିପରି ସ୍ପାନ ଦବିଲା ସେ ନେଇ ସୂଚନା ମିଳିନଥିବା ବେଳେ ସେଠାରେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାରକୁ ଏବେ ପ୍ରାଥମିକତା ଦିଆଯାଉଛି।  ଅଧିକ ଖବରକୁ ଏବେ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.