ଅନାଥ ଓ ଅସହାୟ ଶିଶୁଙ୍କ ସହ ଦୀପାବଳି ପାଳିଲେ ଦେବଗଡ ଏସ୍ପି
27/10/2019 at 2:59 PM

ଦେବଗଡ ୨୭।୧୦: ଶିଶୁଙ୍କ ସହ ଦୀପାବଳି ସେଲିବ୍ରେସନ କଲେ ଦେବଗଡ ଏସପି । ପରିବାର ଓ ସହକର୍ମୀଙ୍କ ସହ ସପୋର୍ଟ ଶିଶୁ ଗୃହକୁ ଯାଇ ସେଠାରେ ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ଏସପି ରାହୁଲ ଜୈନ । ଏହି ଅବସରରେ ପ୍ରଶାସନ ପକ୍ଷରୁ ପିଲାଙ୍କୁ ମିଠା, ଖାତା, କଲମ ଓ ବାଣ ବଣ୍ଟା ଯାଇଛି । କିଛି ପିଲା ଗୀତ ଗାଇ ଶୁଣାଇଛନ୍ତି । ଏସପିଙ୍କ ସହ ଦୀପାବଳି ପାଳନ କରି ଖୁସି ଥିବା କହିଛନ୍ତି କୁନି କୁନି ପିଲା ।

ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଅବସରରେ ଦେବଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳି ପାଳନ କରାଯାଇଛି । ଦେବଗଡ ଏସପି ରାହୁଲ ଜୈନ ପୂର୍ବାହ୍ନରେ ନିଜ ପରିବାର ଓ ସହକର୍ମୀଙ୍କ ସହ ସପୋର୍ଟ ଶିଶୁ ଗୃହକୁ ଆସି ଅନାଥ ଓ ଅସହାୟ ଶିଶୁଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ।

ଦେବଗଡ ସହରରେ ଜିଲ୍ଲା ପୋଲିସ ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳି ଉତ୍ସବ ପାଳନ ଦେଖିବାକୁ ମିଳିଛି। ଆଲୋକର ପର୍ବ ଦୀପାବଳି ସଂଧ୍ୟାରେ ପାଳନ ହେବାକୁ ଥିବାବେଳେ ତା ପୂର୍ବରୁ ପୂର୍ବାହ୍ନରେ ଦେବଗଡ ଏସପି ରାହୁଲ ଜୈନ ତାଙ୍କ ସ୍ତ୍ରୀ ଓ ସହକର୍ମୀଙ୍କ ସହ ଆସି ସପୋର୍ଟ ଶିଶୁ ଗୃହରେ ପହଞ୍ଚି ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ସପୋର୍ଟ ଶିଶୁ ଗୃହରେ ଥିବା ଅନାଥ ଓ ଅସହାୟ ଶିଶୁମାନଙ୍କୁ ମିଠା, ଖାତା କଲମ, ଚକଲେଟ୍ ଓ ବାଣ ବଣ୍ଟା ଯାଇଥିଲା ।

ସପୋର୍ଟ ଶିଶୁ ଗୃହରେ ରହୁଥିବା ଶିଶୁମାନେ ଅନାଥ ଓ ଅସହାୟ ହୋଇଥିବା ବେଳେ ଘର ପରିବାରଠାରୁ ଦୂରରେ ରହିଥାନ୍ତି । ଏପରି ସ୍ଥଳେ ପର୍ବ ପର୍ବାଣୀ ସେମାନଙ୍କ ପାଇଁ ସ୍ବପ୍ନ ହୋଇଥିବା ବେଳେ ଆଲୋକର ପର୍ବ ଦୀପାବଳିକୁ ଏସପିଙ୍କ ସହ ପାଳନ କରି ବେଶ ଖୁସି ହୋଇଛନ୍ତି ।

ଏହି ଅବସରରେ କିଛି ଅନ୍ତେବାସିନୀ ଗୀତ ଗାଇ ଶୁଣାଇଥିଲେ। ଦୀପାବଳି ଉତ୍ସବ ଅବସରରେ ଏସପିଙ୍କୁ ପାଖରେ ପାଇ କୁନି କୁନି ଶିଶୁମାନେ ଖୁସି ଓ ଆନନ୍ଦିତ ହୋଇଥିଲେ।