ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧିକ୍ଷକ ଓ ଏଏସଆଇ, ଭାଟି ମାଲିକଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଲେ ଅଧିକାରୀ

Published By : Prameya-News7 Bureau | September 29, 2021 IST

ଦେବଗଡ ୨୯।୦୯: ଭିଜିଲାନ୍ସ ଜାଲରେ  ଦେବଗଡ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ର ଓ ବାରକୋଟ ଏଏସଆଇ ମଥୁରା ମୋହନ ପ୍ରଧାନ । ବାରକୋଟ ଥାନା ଅନ୍ତର୍ଗତ ବୈଦେହୀ ବଡକୁଦର ଗ୍ରାମ ନିକଟରେ ଥିବା ଦେଶୀ ମଦ ଭାଟି ମାଲିକଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଉଭୟଙ୍କୁ ଗିରଫ କରିଛି ।

{"id":519693,"sizeSlug":"full","linkDestination":"none"}

ବୁଧବାର ବାରକୋଟ ଏଏସଆଇ ମଥୁରା ମୋହନ ପ୍ରଧାନ ବୈଦେହୀ ବଡକୁଦର ଦେଶୀ ମଦ ଭାଟି ମାଲିକଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ନେଇ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କୁ ଧରାଇ ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟଙ୍କୁ ଟଙ୍କା ସହ ଧରା ଯାଇଥିଲା । ଭାଟି ମାଲିକଙ୍କ ସହ ଦୁଇ ଲକ୍ଷ ୮୮ ହଜାର ଟଙ୍କା ଡିଲ ହୋଇଥିବା ବେଳେ ବୁଧବାର ଦେଢ ଲକ୍ଷ ଟଙ୍କା ଦେଇଥିଲେ ।

{"id":519694,"sizeSlug":"full","linkDestination":"none"}

ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କ ବାସଭବନ ଓ ଏଏସଆଇ ମଥୁରା ମୋହନ ପ୍ରଧାନ ଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଖାନତଲାସି କରାଯାଇଛି । ଅଜିତଙ୍କୁ ଦେବଗଡ ଭିଜିଲାନ୍ସ ଅଫିସରେ ରଖି ଅଧିକ ପଚରାଉଚୁରା କରାଯାଉଛି । ସେହିଭଳି ଏଏସଆଇ ମଥୁରା ମୋହନ ପ୍ରଧାନଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ବାରକୋଟ ନିଆଯାଇ ଅଧିକ ଅନୁସନ୍ଧାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.