ରୋମାଞ୍ଚ ରଞ୍ଜନଙ୍କୁ ଟିକେଟ୍ ମିଳିବା ପରେ ବିଜେଡି ଛାଡିଲେ ଦେବଗଡ ଜିଲ୍ଲା ସଭାପତି ସୁଧୀର କପର୍‌ଦାର୍

Published By : Prameya-News7 Bureau | April 02, 2019 IST

ଦେବଗଡ ୨|୪ : ବିଜେଡି ଛାଡିଲେ ଦେବଗଡ ଜିଲ୍ଲା ସଭାପତି ସୁଧୀର କପର୍‌ଦାର୍‌ ।ଟିକେଟ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।ଇସ୍ତଫା ଦେବା ପରେ ସୁଧୀର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।୧୨ ବର୍ଷ ଧରି ଦଳରେ ସେ ସଙ୍ଗଠନ କରିଥିଲି ।ତାଙ୍କୁ ଟିକେଟ ଦେବାକୁ ଦଳ ମଧ୍ୟ ପ୍ରତିଶୃତି ଦେଇଥିଲେ ।କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କପ୍ରତି ଅବିଚାର କରାଯାଇଛି ବୋଲି ସେ କହିଛନ୍ତି ।ନୂଆ ଚେହେରାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି ବୋଲି କହିବା ସହ ତାଙ୍କ ବିରୋଧରେ ଦଳର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ, ଆଠ ମଲ୍ଲିକ ବିଧାୟକ ସଂଜୀବ ସାହୁ ଏବଂ ବିଧାୟକ ପ୍ରଫୁଲ୍ଲ ମଲିକ ଘୋର ଷଡଯନ୍ତ୍ର କରିଥିବା କହିଛନ୍ତି ।

 ସୂଚନାଯୋଗ୍ୟ ଯେ, ଗତକାଲି ବିଜେଡି ଘୋଷଣା କରିଥିବା ୯ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ମଧ୍ୟରେ ଦେବଗଡ ରହିଥିଲା । ଦେବଗଡରୁ ଏଥର ଦଳ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି । ରୋମାଞ୍ଚରଞ୍ଜନ ଯୁବ ବିଜେଡିର ସମ୍ପାଦକ ଅଛନ୍ତି । ସେ ମଧ୍ୟ ବିଜେଡି ଜୀବନବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅଛନ୍ତି । ବାରକୋଟ, ରିଆମାଳ ଓ ତିଳେଇବଣି ବ୍ଲକକୁ ନେଇ ଗଠିତ ଦେବଗଡ ବିଧାନସଭା ନିର୍ବାଚନମଣ୍ଡଳିରେ ରୋମାଞ୍ଚ ରଂଜନଙ୍କ ବାରକୋଟ ବ୍ଲକରେ ଭଲ ସଂଗଠନ ରହିଛି । ସେ ମଧ୍ୟ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ଚଳିତ ଥର ଦେବଗଡ ବିଧାନସଭା ଆସନ ପାଇଁସାମାଜିକ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ନିବଦିତା ନାଏକ, ଇଂଜିନ୍ୟର ଚିତ୍ତରଂଜନ ପ୍ରଧାନ ଏବଂ ଜିଲ୍ଲା ସଭାପତି ସୁଧୀର କପରଦାର ଆଶାୟୀ ଥିଲେ । ଗତକାଲି ବିଜେଡି ରୋମାଞ୍ଚ ରଁଜନଙ୍କୁ ପ୍ରର୍ଥୀ ଘୋଷଣା କରିଥିଲା ।

{"id":99397}
{"id":99398,"width":561,"height":642}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.