Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅନେକ ଡକାୟତି ଘଟଣାର ପର୍ଦ୍ଦାଫାଶ, ପୋଲିସ ହାବୁଡରେ ୭ ଅଭିଯୁକ୍ତ, ବାଇକ ସହ ଚୋରି ସାମଗ୍ରୀ ଜବତ

27/06/2021 at 10:10 PM

ଦେବଗଡ/କୁଣ୍ଢେଇଗୋଳା ୨୭।୦୬: ଦେବଗଡ ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ହୋଇଥିବା ଅନେକ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। କୁଣ୍ଢେଇଗୋଳା ଥାନା ପୋଲିସ ଏନେଇ ତିନି ଜଣ ଡକାୟତ ଓ ଚୋରୀ ଜିନିଷଗୁଡିକ କିଣିଥିବା ଅଭିଯୋଗରେ ଚାରିଜଣଙ୍କ ସମେତ ମୋଟ ସାତ ଜଣଙ୍କୁ ଗିରଫ କରିଛି। ଗିରଫ ଚୋର ମାନେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରାଇଝରଣ ଜଙ୍ଗଲ ମଧ୍ୟରେ ଏକ କୁଡିଆ ଘରରେ ଆଡ୍ଡା କରି ବିଭିନ୍ନ ସମୟରେ ସୁଚିନ୍ତିତ ଡକାୟତି କରୁଥିଲେ।

ପୋଲିସ ଏ ନେଇ ଖବର ପାଇବା ପରେ ଡକାୟତଙ୍କ ଆଡ୍ଡାସ୍ଥଳୀରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ମଟର ସାଇକେଲ ସହ ମାରଣାସ୍ତ୍ର ଜବତ କରିଛନ୍ତି । ଗିରଫ ଡକାୟତ ମାନେ ଚୋରି ଜିନିଷଗୁଡିକୁ ଅନୁଗୋଳ ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ବେଳେ ସେ ଗୁଡିକ ଜବତ କରିବା ସହ ଚୋରି ଜିନିଷ କିଣିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି । ପୋଲିସ ସେମାନଙ୍କ ଠାରୁ ଲ୍ୟାପଟପ, ଡେସ୍କଟପ, ପ୍ରିଣ୍ଟର, ଦଶଟି ମୋବାଇଲ ଫୋନ, ସମରସେବଲ ପମ୍ପ, ବିଭିନ୍ନ ମୋବାଇଲ ସାମଗ୍ରୀ ଜବତ କରିଛି। ଅନ୍ୟ ଜଣେ ଡକାୟତ ଫେରାର ଥିବାବେଳେ ପୋଲିସ ତାକୁ ଖୋଜିବା ସହ ଅଧିକ ତଦନ୍ତ କରୁଛନ୍ତି ।

   Related Posts