ଜାତୀୟ ରାଜପଥ ମରାମତି ଦାବି : କଂଗ୍ରେସର ଆମରଣ ଅନଶନ ଜାରି

Published By : Prameya-News7 Bureau | November 07, 2019 IST

ଦେବଗଡ ୭।୧୧ : ଜାତୀୟ ରାଜପଥର ମରାମତି ଦାବି ନେଇ ୨ୟ ଦିନରେ କଂଗ୍ରେସର ଆନ୍ଦୋଳନ ଜାରି ରହିଛି । ବିଭାଗୀୟ ଅଧିକୀର କୌଣସି ପଦକ୍ଷେପ ନେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ।   

{"id":180431}

ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଅବସ୍ଥା ଦିନକୁ ଦିନ ଖରାପ ହେଉଛି । ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ବୁଧବାର ଦେବଗଡ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀ ମାନେ ୪୯ ନମ୍ବର ଜାତୀୟ ରାଜପଥର ମରାମତି ଦାବୀ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଥିବା ବେଳେ , ଆଜି ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ଜିଲ୍ଲା  କଂଗ୍ରେସ  ସଭାପତିଙ୍କ ନେତୃତ୍ଵରେ  ଛଅ ଜଣ  ଅନଶନ ରେ ବସିରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.