ପ୍ରଶାସନ ପକ୍ଷରୁ ବେଆଇନ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଦେବଗଡରେ ବନ୍ଦ ପାଳନ

Published By : Prameya-News7 Bureau | July 24, 2019 IST

ଦେବଗଡ ୨୪|୭: ଦେବଗଡ ସହରରେ ପ୍ରଶାସନ ପକ୍ଷରୁ ବେଆଇନ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ବ୍ୟବସାୟୀ ସଂଘ ପକ୍ଷରୁ ଦେବଗଡ ବନ୍ଦ ଡାକରା ଦିଆଯାଇଛି । ଗତ କିଛି ଦିନ ହେଲା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ଗତ ୨୨ ତାରିଖରେ କିଛି ବ୍ୟବସାୟୀ ନୂତନ ସଂଘ ଗଠନ କରି ଏହି ବନ୍ଦ ଡାକରା ଦେଇଥିଲେ । 

{"id":136830}

ବୁଧବାର ଏହି ବନ୍ଦ ପାଳନ ଯୋଗୁଁ ଦେବଗଡ ସହରର ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ସହ କିଛିକାଂଶରେ ବ୍ୟାଙ୍କ, ସ୍କୁଲ, କଲେଜ, ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ସେହିଭଳି ଜାତୀୟ ରାଜପଥରେ ପଣ୍ୟବାହୀ ଗାଡି ଚାଲିଥିବା ଦେଖାଦେଇଛି । ଅନ୍ୟ ପକ୍ଷରେ ପ୍ରଶାସନର ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ପୁରୁଣା ବ୍ୟବସାୟୀ ସଂଘ ସମର୍ଥନ କରି ବନ୍ଦ ପାଳନକୁ ବିରୋଧ କରିଛି। ଏହାକୁ ନେଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.