ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣା, ଗିରଫ ହେଲେ ଡିଇଓ ପ୍ରମୋଦ କୁମାର ପଣ୍ଡା

Published By : Prameya-News7 Bureau | January 10, 2020 IST

ଜୟପୁର ୧୦।୧: କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିସାରିଛି ।

{"id":209374,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୮ତାରିଖରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ । ଡିଇଓଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିବା ପରେ ଘଟଣାସ୍ଥଳରେ ଶିକ୍ଷକ ସୁଇସାଇଡ୍ ନୋଟ୍ ଛାଡି ଯାଇଥିଲେ । ସୁଇସାଇଡ୍ ନୋଟ୍ ରେ ୭ଜଣଙ୍କ ନାଁ ଉଲ୍ଲେଖ ରହିଥିଲା । କୋରାପୁଟ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ତଦନ୍ତ ଚାଲିଥିଲା । ସୁନାବେଡା ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.