ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଲେ ଡାକ୍ତର, ସୁଇସାଇଡ ନୋଟ ପଢିଲେ ଆଖିରେ ଆସିଯିବ ଲୁହ

Published By : Prameya-News7 Bureau | February 10, 2019 IST

wp:heading {"level":5}
ପାଟଣା୧୦|୨: ବିହାର ରାଜଧାନୀ ପାଟଣାରେ ପିରବିହୋର ଥାନା ଅଂଚଳରେ ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଡାକ୍ତର ସାଜିଦ ଖାନ ଦନ୍ତରୋଗ ବିଶେଷଜ୍ଞ ଥିଲେ। ସେ ବେକରେ ଦଉଡି ଲଗାଇ  ଆତ୍ମହତ୍ୟା କରିଛନ୍ତି । ପୋଲିସ ଶବ ପାଖରୁ ସୁଇସାଇଡ ନୋଟ ଜବତ କରିଛି। ଏହି ସୁଇସାଇଡ ନୋଟରେ ଯାହା ଲେଖାଥିଲା ତାହା ଜାଣିଲେ ଆଖିରେ ଲୁହ ଆସିଯିବ ।
/wp:heading {"id":83903,"width":595,"height":410}
wp:heading {"level":5}
 ସୂଚନାଯୋଗ୍ୟ ଯେ ସାଜିଦ୍‌ଙ୍କ ସ୍ତ୍ରୀ ୟାସିମ ଛୋଟ ପୁଅ ସହ ନିଜ ବାପଘର ସୁଲତାନଗଂଜ ଯାଇଥିଲେ। ସାଜିଦ୍‌ ବିଳମ୍ବରେ ବିବାହ କରିଥିଲେ। ତାଙ୍କ ବୟସ ୫୦ ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ୟାସିମଙ୍କୁ ମାତ୍ର ୨୪ ବର୍ଷ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୟସର ଏହି ତାରତମ୍ୟ ଆତ୍ମହତ୍ୟାର କାରଣ ବୋଲି ଆଲୋଚନା ହେଉଥିବାବେଳେ ସୁଇସାଇଡ ନୋଟରେ କିନ୍ତୁ ଭିନ୍ନ କଥା ଲେଖାଯାଇଛି ।  
/wp:heading {"id":83904,"width":598,"height":399}
wp:heading {"level":5}
 ସାଜିଦ୍‌ ସେଦିନ ସଂଧ୍ୟାରେ, କ୍ଲିନିକର ଜଣେ କର୍ମଚାରୀଙ୍କୁ କ୍ଷୀର ଆଣିବାକୁ ପଠାଇଥିଲେ। ତାପର ମୁହୁର୍ତ୍ତରେ ସେ ଛାତରେ ଥିବା ହୁକ୍‌ରେ ଦଉଡିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। କ୍ଲିନିକର କର୍ମଚାରୀ କ୍ଷୀର ନେଇ ଆସି ଦେଖିବା ସମୟରେ ସାଜିଦ୍‌ ମରିସାରିଥିଲେ। ପରିବାର ଲୋକଙ୍କ ଅନୁସାରେ ସାଜିଦ କ୍ୟାନସର ପିଡୀତା ଥିଲେ। ଏହି କାରଣ ପାଇଁ ସେ ଅନେକ ଚିନ୍ତାରେ ମଧ୍ୟ ରହୁଥିଲେ। ଚିକିତ୍ସାରେ ବହୁତ ଖର୍ଚ୍ଚ ହୋଇସାରିଥିଲା। ଅନେକଙ୍କଠୁ ଋଣ ମଧ୍ୟ ନେଇଥିଲେ।
/wp:heading {"id":83905,"width":592,"height":370}
wp:heading {"level":5}
 ଶବ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ଲେଖାଥିଲା ଯେ ତାଙ୍କ ମୃତ୍ୟୁ ଖବର ୟାସିମଙ୍କୁ ଖୁବ ଶୀଘ୍ର ଜଣାଇବାକୁ। ଏହା ଦ୍ୱାରା ଆତ୍ମହତ୍ୟା ପଛରେ ପାରିବାରିକ କଳହ ବୋଲି ସଂନ୍ଦେହ କରାଯାଉଛି। ସାଜିଦ୍‌ଙ୍କ ବାପା ଜଣେ ଡାକ୍ତର ଥିଲେ। ସାଜିଦ୍‌ ନିଜ ପରିବାର ସହ ସେହି ବିଲଡିଂଗରେ ରହୁଥିଲେ। ତଳେ କ୍ଲିନିକ ଚଲାଉଥିଲେ, ଏବଂ ଉପର ଘରେ ପରିବାର ସହ ବାସ କରୁଥିଲେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.