Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ, ଗାଡି ଚଳାଚଳ ପ୍ରଭାବିତ

17/01/2020 at 9:38 AM

ଭୁବନେଶ୍ବର ୧୭।୧: ଘନ କୁହୁଡି ଆସ୍ତରଣରେ ରାଜଧାନୀ । ଯୁଆଡେ ଚାହିଁଲେ କେବଳ କୁହୁଡି ହିଁ କୁହୁଡି । ରାସ୍ତାଘାଟ କିଛି ବି ଦୃଶ୍ୟମାନ ହେଉନି । ଭିଜିବିଲିଟି ପୁରା କମ୍ । ୧୦ ମିଟର ପରେ ରାସ୍ତା ଦେଖିବା କଷ୍ଟକର ହୋଇପଡ଼ୁଛି । ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଥିବାରୁ ଗାଡି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜରୁରୀ କାମରେ ଯାଉଥିବା ଲୋକେ ଗାଡିର ଲାଇଟ୍ ଲଗାଇ ଯାଆସ କରୁଛନ୍ତି । ଘନ କୁହୁଡି ଯୋଗୁଁ ଅନେକ ସ୍ଥାନରେ ଅଟକି ରହିଛି ଗାଡି । ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଛାଡ଼ୁଥିବା ଦୂରଗାମୀ ବସ୍ ଗୁଡିକ ମଧ୍ୟ ସମାନ ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ଦେଖାଯାଉ ନ ଥିବାରୁ ବସ୍ ଗୁଡିକର ବେଗ ମଧ୍ୟ କମିଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବର ସମେତ ଉପକୂଳ ଓଡିଶାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ରାଜ୍ୟରେ ଶୀତ ଲହରୀ ମଧ୍ୟ ଜାରି ରହିଛି । ମଧ୍ୟରାତ୍ରିରେ ଘନ କୁହୁଡି ମାଡି ଆସିବାରୁ ଅଧିକାଂଶ ସ୍ଥାନରେ ଭିଜିବିଲିଟି ୧୦ ମିଟରଠାରୁ ଅଧିକ ନାହିଁ । କୁହୁଡି ଯୋଗୁଁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ଉଡାଣ ଭରୁଥିବା ଓ ବିମାନ ବନ୍ଦରକୁ ଆସୁଥିବା ଅନେକ ବିମାନର ସମୟ ପରିବର୍ତ୍ତନ କରାଯାଇଛି ।

   Related Posts