କରୋନା ଯୋଗୁ ଡେନମାର୍କ ହତ୍ୟା କରିବ ୧୭ ନିୟୁତ ମୂଷା, ଯୋଜନା ପ୍ରସ୍ତୁତ

Published By : Prameya-News7 Bureau | November 06, 2020 IST

କୋପେନହେଗେନ୍‌:  କରୋନା ଭାଇରସ ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ବିଭିନ୍ନ ଦେଶ ଭୂତାଣୁ ନିୟନ୍ତ୍ରଣ ଲାଗି ନିଜନିଜ ଉପାୟ ଅବଲମ୍ବନ କରୁଛନ୍ତି। ଏଥିରେ ଡେନମାର୍କ ୧୭ ନିୟୁତ ମୂଷାଙ୍କୁ ମାରିବା ଲାଗି ଯୋଜନା ପ୍ରସ୍ତୁତ କରିଥିବା ଜଣାପ଼ଡିଛି। ପ୍ରାଣୀଙ୍କଠାରେ ହେଉଥିବା କରୋନା ଭାଇରସ ସଂକ୍ରମଣର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି।

{"id":357162,"sizeSlug":"large"}

ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍‌ସେନ୍‌ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତଥ୍ୟକୁ ଆଧାର କରି କହିଛନ୍ତି ଯେ ମଣିଷ ଠାରେ ସଂକ୍ରମଣ କରୁଥିବା କରୋନା ଭୂତାଣୁ ମୂଷାଙ୍କୁ ମଧ୍ୟ ସଂକ୍ରମିତ କରୁଛି। ଏପରି ମୂଷଙ୍କ ଠାରେ ମଣିଷ ଭଳି କରୋନା ଲକ୍ଷଣ ମଧ୍ୟ ଦେଖାଯାଉଛି। ଏଣୁ ଦେଶରେ ମୂଷାଙ୍କ ବଂଶ ନିପାତ ଲାଗି ସରକାର ବିଚାର କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

{"id":357163,"sizeSlug":"large"}

ଜନତାଙ୍କର ଦାୟିତ୍ୱ ଆମ ଉପରେ ନ୍ୟସ୍ତ। ସେହି ଅନୁସାରେ ଆମେ ଆମ ଲୋକଙ୍କ ପ୍ରାଣ ରକ୍ଷା ଲାଗି ପଦକ୍ଷେପ ନେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଣୁ କରୋନା ଭୂତାଣୁରେ  ଦେଖାଯାଇଥିବା ପରିବର୍ତ୍ତନ ଏବେ ବାକି ଦୁନିଆ ଲାଗି ନୂଆ ଆହ୍ୱାନ ବୋଲି ସେ କହିଛନ୍ତି।  ମୂଷାଙ୍କଠାରେ ମିଳୁଥିବା କରୋନା ଭାଇରସ ଆଣ୍ଟବଡ଼ି ପ୍ରତି କମ୍‌ ସମ୍ବେଦନଶୀଳ ବୋଲି ବୈଜ୍ଞାନିକ କହିଛନ୍ତି ।

{"id":357166,"width":577,"height":323,"sizeSlug":"large"}

ଜେନେଭାରେ ଡବ୍ଲୁଏଚଓ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନାରେ ଡେନମାର୍କରେ ଲୋକଙ୍କୁ ମୂଷାଙ୍କଠାରୁ କରୋନା ବ୍ୟାପୁଥିବାର କହିଥିଲେ। ଏପରି ସଂକ୍ରମିତ ଲୋକଙ୍କଠାରେ ଭୂାତାଣୁଠାରେ ଆନୁବଂଶିକ ପରିବର୍ତ୍ତନ ଦେଖାଯାଇଛି। ଏଣୁ ସରକାର ମୂଷାମାରଣ ଅଭିଯାନ ହାତକୁ ନେବେ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.