ଢ଼େଙ୍କାନାଳ: ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ମୁହଁରୁ ଅକ୍ସିଜେନ ଖୋଲିବାକୁ ଆସିଲେନି ନର୍ସ

Published By : Prameya-News7 Bureau | January 02, 2021 IST

ଢ଼େଙ୍କାନାଳ୨/୧: ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ମୃତକ ହେଲେ ଢେଙ୍କାନାଳ ଜିଲ୍ଲାର ତୁମୁସିଂହା ଥାନାର ସାଆନ୍ଦା ଫାଣ୍ଡି  ଅନ୍ତର୍ଗତ ପାଣି ଗେଙ୍ଗୁଟିଆ ଗାଁର ଭାବିନୀ ନାୟକ। ମିଳିଥିବା ସୂଚନା ମୁତାବକ, ଭାବିନି ନାୟକଙ୍କ ପେଟରେ ଯନ୍ତ୍ରଣା ହେବା ସହ ନିଶ୍ୱାସ-ପ୍ରଶ୍ୱ।ସ ନେବାରେ କଷ୍ଟ ଅନୁଭବ କରିଥିଲେ। ଗତକାଲି ରାତିରେ ପରିବାର ଲୋକେ ପ୍ରଥମେ ତାଙ୍କ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତିି କରିଥିଲେ।

ମୃତକଙ୍କ ସଂପର୍କୀୟଙ୍କ କହିବା ମୁତାବକ, ସେମାନେ ରୋଗୀଙ୍କୁ ଧରି ସକାଳ ୯ଟାରେ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରଥମେ ତାଙ୍କ ମୁହଁରେ ଅକ୍ସିଜେନ ଲଗା ଯାଇଥିଲା। ପୁଣି ଅପରାହ୍ନ ୫ଟା କଟକ ବଡ ମେଡିକାଲ ସ୍ଥାନାନ୍ତର ପାଇଁ ସେଠାକାର ଡାକ୍ତର ପରାମର୍ଶ ଦେଇଥିଲେ।

ମାତ୍ର ଦୁଇଘଣ୍ଟା ପର୍ଯ୍ୟନ୍ତ ଡାକ୍ତର-ନର୍ସଙ୍କୁ ବାରମ୍ବାର ଡାକିବା ପରେ ମଧ୍ୟ କେହି ବି ଉପର ମହଲରୁ ଆସିନଥିଲେ। ମୁହଁରୁ ଅକ୍ସିଜେନ ଖୋଲିବାକୁ କେହି ବି ଆସିନଥିଲେ। ଓଲଟା କହିଥିଲେ, ରୋଗୀ ମୁହଁରୁ ତମେ ଅକ୍ସିଜେନ ବାହାର କରିଦିଅ। ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ରୋଗୀ ମୁହଁରୁ ଅକ୍ସିଜେନ ବାହାର କରିଥିଲେ। କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କେବଳ ଏହି ଘଟଣା ନୁହେଁ, ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ବାରମ୍ବାର ଆସୁଛି। ଏ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.