ପଶ୍ଚିମ ବଙ୍ଗରେ ଯୋଗୀ ଆଦିତ୍ୟନାଥଙ୍କ ହେଲିକେପ୍ଟର ଓହ୍ଲାଇଦେଲେନି ମମତା, ଟେଲିଫୋନରେ ଜନତାଙ୍କୁ ସମ୍ବୋଧିତ କଲେ ଯୁପି ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 03, 2019 IST

କୋଲକାତା୩|୨: ପଶ୍ଚିମବଙ୍ଗ ରାଜନୀତି ଏବେ ଉଠୁଛି ପଡୁଛି।  ମୁହାଁମୁହିଁ ହେବାରେ ଲାଗିଛନ୍ତି ବିଜେପି ଏବଂ ଟିଏମସି । ଠିକ୍‌ ୨୦୧୦ରେ ଟିଏମସି ଏବଂ ବାମଦଳ କର୍ମୀ ଯେମିତି ଟକରା ଟକରି ହେଉଥିଲେ ଠିକ୍‌ ସେହିଭଳି ଚିତ୍ର ଏବେ ଦେଖାଦେଇଛି  ଶାସକ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ।  ବିଶେଷ କରି ଅମିତ ଶାହାଙ୍କ ଗସ୍ତ ପରେ  କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ଆଜି ଯୋଗୀ ଆଦିତ୍ୟନାଥଙ୍କ ହେଲିକପଟର ଅବତରଣ ଉପରେ କଟକଣାକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ବଢ଼ିଛି।

{"id":81408,"width":595,"height":328}

ପଶ୍ଚିମବଙ୍ଗ ରାଜନୀତିରେ ମୁହାଁମୁହଁ ହୋଇଛନ୍ତି ଶାସକ ତୃଣ ମୂଳ କଂଗ୍ରେସ ଏବଂ ରାଜ୍ୟରେ ନିଜ ସ୍ଥାନ ପକ୍କା କରିବାକୁ ଚାହୁଁଥିବା ବିଜେପି । ୮ ଦିନରେ ୨୦୦ ରାଲି କରିବାର ଯୋଜନା ରଖିଛି ବିଜେପି। ଆଉ ଇଞ୍ଚେ ଜାଗା ନଛା଼ଡ଼ିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ମମତା। ଜାନୁଆରୀ ୨୯ ତାରିଖରେ କାନ୍ତିରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ପରେ ହୋଇଥିଲା ବ୍ୟାପକ ପୋଡ଼ାଜଳା। ମୁହାଁମୁହିଁ ହୋଇଥିଲେ ବିଜେପି ଏବଂ ଟିଏମସି କର୍ମୀ।

{"id":81410,"width":596,"height":321}

ଗତକାଲି ମୋଦି ଦେଖାଇଥିଲେ ଶକ୍ତି। ମୋଦିଙ୍କ କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ଯେ ସେଠାରେ ବି ଦଳାଚକଟା ହୋଇଥିଲା। ଆଉ ଆଜି ହେଲିକପଟ ରାଜନୀତି ତେଜିଛି।  ରାଇଗଞ୍ଜ ଓ ବାଲୁରଘାଟ କାର୍ଯ୍ୟକ୍ରମରେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥାନ୍ତେ। ତେବେ ଯୋଗୀଙ୍କ ହେଲିକପ୍ଟର ଦାର୍ଜିଲିଂରେ ଓହ୍ଲାଇବାକୁ ମନା କରିଦେଇଥିଲା ଜିଲ୍ଲା ପ୍ରଶାସନ। ସେପଟେ ଯୋଗୀ କହିଛନ୍ତି ଯେମିତି ବି ହେଲେ ବିଜେପିକୁ ଅଟକାଇପାରିବେନି ମମତା।

{"id":81411,"width":596,"height":335}

କଣ ମମତା ବାନାର୍ଜୀ ବିଜେପିର ବାଟ ଓଗାଳିବାକୁ ଚାହୁଁଛନ୍ତି। ଏହାଦ୍ବାରା ବିଜେପି ଦୁର୍ବଳ ହେବ କି। ପୂର୍ବରୁ ମଧ୍ୟ ଅମିତ ଶାହାଙ୍କ ରଥଯାତ୍ରା ଉପରେ କଟକଣା ଲଗାଇବାକୁ ବଳ କଷିଥିଲା ପ୍ରଶାସନ। ଯାହାକୁ ନେଇ କୋର୍ଟ କଚେରୀରେ ମାମଲା ଚାଲିଥିଲା। ଆଉ ଏହା ପରେ ଯେଉଁଭଳି ଭାବେ ଟିଏମସି ଏବଂ ବିଜେପି କର୍ମୀ ମାରଧରକୁ ଓହ୍ଲାଇଲେଣି ଏହା ରାଜ୍ୟର ଶାନ୍ତି ଉପରେ ବିପଦ ସୃଷ୍ଟି କଲାଣି।

{"id":81412,"width":598,"height":317}

ଆଦିତ୍ୟନାଥ ଟେଲିଫୋନ ମାଧ୍ୟମରେ ରାଲିକୁ ସମ୍ବୋଧନ କରିଥିଲେ। ତେବେ ବିଜେପି ପଶ୍ଚିମବଙ୍ଗ ଉପରେ ଯେ ଅଧିକ ଫୋକସ କରିବାର ଆରମ୍ଭ କରିଛି ଏହା ଦଳର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି।

{"id":81413,"width":594,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.