ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ଡେଙ୍ଗୁ ଅଣାୟତ
24/08/2018 at 2:23 AM

ଜଗତସିଂହପୁର ୨୪/୮:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ଡେଙ୍ଗୁ ଅଣାୟତ ହେବାରେ ଲାଗିଛି । ୧୫ଦିନରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଟପିଲାଣି । ସ୍ୱାସ୍ଥ୍ୟ ବିଭାଗ ଉପରୁ ଲୋକେ ଭରସା ତୁଟାଇ ଗ୍ରାମଦେବତୀଙ୍କ ପୂଜାର୍ଚ୍ଚନା କରିବା ସହ ଗାଁ ମୁଣ୍ଡରେ ପଣାଭୋଗ ଲାଗି କରିଥିଲେ। ଏନେଇ ନ୍ୟୁଜ ସେଭେନ୍ ରେ ଖବର ପ୍ରସାରଣ ପରେ ସ୍ଥିତି ଅନୁଧ୍ୟାନ କରିବା ଲାଗି ଜଗତସିଂହପୁର ଜିଲ୍ଲା ସିଡିଏମଓ ଙ୍କ ସମେତ ୧୪ଜଣିଆ ଡାକ୍ତରୀ ଦଳ ଗାଁରେ ପହଞ୍ଚିଛନ୍ତି । ସଚେତନତା ଅଭିଯାନ ସହ ଡାକବାଜୀ ଯନ୍ତ୍ର ଯୋଗେ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚାର କରାଯାଉଛି। ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ମାନେ ଔଷଧ ବିତରଣ କରୁଛନ୍ତି । ତେବେ ପରିସ୍ଥିତିରେ ସୁଧାର ଆସିବାର ନା ଧରୁନାହିଁ।