କଳାହାଣ୍ଡିରେ ଅଣାୟତ୍ତ ଡେଙ୍ଗୁ ; ୪୯ ଡେଙ୍ଗୁ ରୋଗୀ ଚିହ୍ନଟ

Published By : Prameya-News7 Bureau | August 14, 2018 IST

କଳାହାଣ୍ଡି ୧୪/୮ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁରେ ଡେଙ୍ଗୁ ଅଣଆୟତ ହୋଇପଡିଲାଣି । ଲଡୁଗାଁ ପରେ ପଡୋଶୀ ଓଲମା ଓ ଫୁପଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ । ସରକାରୀ ରକ୍ତ ନମୁନାରେ ବର୍ତମାନ ପର୍ଯ୍ୟନ୍ତ ୪୯ ରୋଗୀଙ୍କୁ ଡେଙ୍ଗୁ ଚିହ୍ନଟ କରାଯାଇଛି । ବର୍ତମାନ ଆକ୍ରାନ୍ତ ମଧ୍ୟରୁ ୧୩ ଜଣ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାକି ଲଡୁଗାଁ ହସ୍ପିଟାଲ ଓ ନିଜ ଘରେ ଚିକିସ୍ତ୍ତି ହୋଇଛନ୍ତି । ଗତକାଲି ଆସିଥିବା ୪୯ ଜଣଙ୍କ ରକ୍ତ ନମୁନା ପରୀକ୍ଷାଗାରରେ ରହିଛି । ଆଜି ରିପୋର୍ଟ ଆସିବା ପରେ ସଂଖ୍ୟା ବୃଦ୍ଦି ପାଇବା ଅଶଙ୍କା ରହିଛି । ସ୍ୱାସ୍ଥ୍ୟବିଭାଗ ଲଡୁଗାଁରେ କ୍ୟାମ୍ପ ଜାରୀ ରଖିଛି । ଜିଲ୍ଲାପାଳ ଓ ଧର୍ମଗଡ ବିଧାୟକ ଲଡୁଗାଁକୁ ଯାଇ ପରିସ୍ଥିତି ଆନୁଧ୍ୟାନ କରିଛନ୍ତି । କୋକସରା ବ୍ଲକ ଲଡୁ ଗାଁ ୨୦ଓ।ର୍ଡ ବିଶିଷ୍ଟ ସଫେଇ ପାଇଁ ପଚଂ।ୟତ ପକ୍ଷରୁ ନିଦ୍ଦିଷ୍ଟ ବ୍ୟବସ୍ଥା ନ ଥିବା ସ୍ଥଳେ ସ୍ଥାନୀୟ ଅଚଂଳ ରେ ଗଢି ଉଠିଥିବା ୧୧ ରାଇସ ମିଲ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ଆବର୍ଜନା ଡେଙ୍ଗୁ ମଶାକୁ ସୁହାଇଛି । ବର୍ଷ। ଜାରୀ ରହିଥିବାରୁ ମଶା ମରା କାର୍ଯ୍ୟକ୍ରମ ବାଧା ଉପୁଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.