Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସୁନ୍ଦରଗଡରେ ଡେଙ୍ଗୁ ଆତଙ୍କ : ୩୦ରୁ ଅଧିକ ଲୋକ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ

16/09/2019 at 11:00 AM

ସୁନ୍ଦରଗଡ ୧୬/୯: ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଖତକୁରବାହାଲ ଗାଁରେ ଡେଙ୍ଗୁ ଆତଙ୍କ । ଗାଁରେ ୩୦ରୁ ଅଧିକ ଜଣ ଲୋକ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ ଥିବାରୁ ସେମାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତ ଆକ୍ରାନ୍ତଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

୩ ଦିନ ପୂର୍ବରୁ ଡେଙ୍ଗୁ ଜ୍ବରରେ ଲଳିତା ବୁଡା ନାମକ ଅଙ୍ଗନବାଡି କର୍ମୀଙ୍କର ମୃତ୍ୟୁ ହୋଇଛି । ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ଯୋଗୁ ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହୋଇଛି । ଗାଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ପହଞ୍ଚି ଚିକିତ୍ସା ଆରମ୍ବ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।

   Related Posts