Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡେଙ୍ଗୁ କବଳରେ ଖାକି ! ଆଗ୍ରାରେ ଦୁଇ ପୋଲିସ କର୍ମଚାରୀ ମୃତ, ହସ୍ପିଟାଲରେ ୨୫ ଜଣ

15/10/2021 at 11:05 PM

ଆଗ୍ରା ୧୫/୧୦: ଆଗ୍ରାରେ ଡେଙ୍ଗୁ ପ୍ରକୋପ ଏବେ ଖାକି ଉପରେ ପଡ଼ିଛି । ଗୁରୁବାର ଏତ୍ମାଦୋଲା ଥାନା କନେଷ୍ଟବଳ ସୋନୁ କୁମାରଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନପୂରୁଣ ଶୁକ୍ରବାର ସକାଳେ ବୁଲନ୍ଦସରରେ ମୁତୟନ ହୋଇଥିବା କନେଷ୍ଟବଳ ପ୍ରେମଲତାଙ୍କ ଜୀବନ ନେଇଛି ଡେଙ୍ଗୁ । ଏହା ବ୍ୟତୀତ ଆଗ୍ରାରେ ଆହୁରି ୨୫ ଜଣ ରୋଗରେ ପଡ଼ି ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଛି। ଅନ୍ୟ ଦୁଇ ଜଣ ଜ୍ବରରେ ପୀଡ଼ିତ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ପୋଲିସ କର୍ମୀଙ୍କୁ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସରକାରୀ ହସ୍ପିଟାଲରେ ରଖାଯାଇଛି। ଅନ୍ୟପଟେ ପୋଲିସ କର୍ମଚାରୀଙ୍କ ପରିବାର ମଧ୍ୟ ଡେଙ୍ଗୁରେ ଆକ୍ରନ୍ତ ହୋଇଛନ୍ତି।  ଏହାକୁ ନଜରରେ ରଖି ଥାନା ପରିସରକୁ ସଫାସୁତୁରା ରଖିବାକୁ ନିର୍ଦେଶ ଦିଆଯାଇଛି। ପୀଡ଼ିତ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ରିପୋର୍ଟ ପ୍ରତିଦିନ ଯାଞ୍ଚ ହେଉଛି ।

ମୃତ ପ୍ରେମଲତାଙ୍କ ସ୍ବାମୀ ଅଜୟ କୁମାରଙ୍କ ଅନୁସାରେ, ପ୍ରେମଲତା ୨୦୧୬ରେ ପୋଲିସରେ ଭର୍ତ୍ତି ହୋଇଥିଲେ । ତାଙ୍କର ଦୁଇଟି ପୁଅ ଜଣେ ୩ ବର୍ଷର ଏବଂ ଅନ୍ୟ ଜଣେ ୫ ମାସ ବୟସର ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ ପ୍ରେମଲତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ପରେ ତାଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଥିଲା ବୋଲି ଅଜୟ କୁମାର କହିଛନ୍ତି।  

   Related Posts