କଳାହାଣ୍ଡି ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ; ମୃତ୍ୟୁ ସଂଖ୍ୟା ୧୧୮କୁ ଛୁଇଁଲା

Published By : Prameya-News7 Bureau | August 24, 2018 IST

କଳାହାଣ୍ଡି ୨୪/୮:କଳାହାଣ୍ଡି ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । କୋକସରା , ଜୟପାଟଣା ବ୍ଲକ ପରେ ଧର୍ମଗଡ ବ୍ଲକରେ ମଧ୍ୟ ଡେଙ୍ଗୁ ରୋଗୀ ଚିବ୍ନଟ ହୋଇଛନ୍ତି । ଧର୍ମଗଡ ବ୍ଲକ ବିକ୍ରମଗୁଡାରେ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ଚିକିତ୍ସା ପାଇଁ ଗାଁରେ ସ୍ବାସ୍ଥ୍ୟ ଟିମ ପହଞ୍ଚିଛି । କଟକ, ଭବାନୀପାଟଣା, ଲଡୁଗାଁ ,କୋକସରା ସମେତ ବିଭିନ୍ନ ବେସରକାରୀ ହସପିଟାଲରେ ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ହେଲଥ ଏଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟର ୫ ଟି ଟିମ୍ ଡେଙ୍ଗୁ ମଶା ଲାର୍ଭା ନଷ୍ଟ କାମ କରୁଛନ୍ତି । ସେପଟେ କୋକସରା ବ୍ଲକ ଲଡୁଗାଁ , ଓଲମା, ଆଇଲି ,ସୁନାମାଲ ,କୋକସରା ,ତୁନଗାଁ, ଗତାବନ , ମୁଟ୍ରାବାହାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଜୟପାଟଣା ବ୍ଲକ ନୁଆଗୁଡା, ଖୌରଗୁଡା ଓ ମୁଖିଗୁଡାରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ ଜିଲ୍ଲା କଂଗ୍ରେସ କମିଟି ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଯୋଗାଇବାକୁ କଂଗ୍ରେସ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.