Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ରାୟଗଡାରେ କାୟା ବିସ୍ତାର କରିଚାଲିଛି ଡେଙ୍ଗୁ

2/07/2018 at 5:49 AM

ହଇଜା, ମ୍ୟାଲେରିଆ ଓ ଡାଏରିଆ ପାଇଁ ସର୍ବଦା ଚର୍ଚ୍ଚ।ର ପରିଧିରେ ରହିଥିବା ରାୟଗଡ଼। ଜିଲ୍ଲାରେ ବର୍ତମାନ ଡେଙ୍ଗୁ କାୟା ମେଲାଉଛି । ଗତ ଏକମାସ ହେବ ଜିଲ୍ଲାର ବିଭିନ୍ନ ଅଂଚଳରେ ଗୋଟିଏ ପରେ ଗୋଟିଏ ଗାଁ କୁ ମାଡ଼ଚାଲିଛି ଡେଙ୍ଗୁ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଲୁଭା ଗ୍ରାମର ତାମରକାଣ୍ଡି ମୋହନ(୪୮ ) ମୃତ୍ୟୁ ବରଣ କରିଥିଲେ। ଏଣେ ପୁଅର ମୃତୁୟ ଘଟିଥିବା ବେଳେ ମା ଆକ୍ରାନ୍ତ ହୋଇ ଆନ୍ଧ୍ରପ୍ରଦେଶରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଗତ ୨୪ ତାରିଖ ଦିନି ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଣେ ଆଜି ପୁଣି ୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଣେ କେବଳ ସୁଲୁଭା ଗ୍ରାମରେ ୭ ଜଣ ଆକ୍ରାନ୍ତ ଗୁରୁତର ଥିବା ନଜରକୁ ଆସିଛି । ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ବା ପରେ ସମସ୍ତେ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି । ଅପରପକ୍ଷରେ, ଏତେବଡ଼ ଘଟଣା ଘଟିବା ପରେ ମଧ୍ୟ କୋୈଣସି ଡ଼।କ୍ତରୀ ଟିମ ସମ୍ପୃକ୍ତ ଗାଁକୁ ଆଜି ସୁଦ୍ଧା ଯାଇନାହାନ୍ତି । ଲୋକଙ୍କୁ କୌଣସି ପ୍ରକାର ସ୍ୱାସ୍ଥ୍ୟ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଜ୍ୱରରେ ପୀଡ଼ତି ହୋଇଥିବା କିଛି ଲୋକ ଗୁଣିଆ ଦିସାରୀଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସରକାରୀ ସ୍ୱାସ୍ଥ୍ୟ ସେବା ଉପରୁ ଭରସା ତୁଟାଇ କିଏ ବିଶାଖାପାଟନମ ଓ ପାର୍ବତୀପୁରମ ଗଲାଣି ତ ଆଉ କିଏ ଗୁଣିଆ ନିକଟକୁ ଗଲାଣି । ଦିନକୁ ଦିନ ଡେଙ୍ଗୁ କାୟା ବିସ୍ତାର କରିବାଲେ ଲାଗିଛି । ତବେ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଗୋଟିଏ ପରେ ଗୋଟିଏ ଅଂଚଳକୁ ଏହା କବଳିତ କରୁଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଅଂଚଳକୁ ଡେଇଁ ଡେଙ୍ଗୁ ବ୍ୟାପୁଥତ୍ବା ଯୋଗୁଁ ଲୋକଙ୍କ ମନରେ ଛନକା ପଶିଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ବାର ଆଶଙ୍କାକୁ ଏଡ଼।ଇ ହୋଇପାରୁନାହିଁ । ଡେଙ୍ଗୁ ବ୍ୟାପୁଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେଙ୍ଗୁ ପ୍ରକୋଷ୍ଠରେ ତାଲା ଝୁଲୁଛୁ ଓ ସମସ୍ତ ଶର୍ଯୟା ଖାଲିପଡିଛି। କାରଣ ପୂର୍ବରୁ ବୀରନାରୟଣପୁର ଗ୍ରାମରେ ୭ ଏବଂ କନ୍ଧମାଲିଗାଁ, ଜକେପୁର ଓ ମୁନିଗୁଡ଼। ବ୍ଳକର ବନ୍ଧଗୁଡ଼। ଗ୍ରାମରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥତ୍ଲେ । କିନ୍ତୁ ଉଚିତ ଚିକିତ୍ସା ପ୍ରଦାନରେ ବିଳମ୍ବ ହେବାରୁ ଅଜିତଙ୍କ ମୃତୁୟ ଘଟିଥତ୍ବା ଗ୍ରାମବାସୀ କହିଛନ୍ତି । ସେହିଭଳି ମୋହନ ମଧ୍ୟ ଚିକିତ୍ସା ଅଭାବରୁ ମୃତୁୟବରଣ କରିଥିବା ପରିବାର ତରଫରୁ କୁହାଯାଇଛି।

   Related Posts