Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କଳାହାଣ୍ଡିରେ ଅଣାୟତ୍ତ ଡେଙ୍ଗୁ

12/08/2018 at 8:03 AM

କଳାହାଣ୍ଡି ୧୨/୮ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁରେ ଡେଙ୍ଗୁ ଅଣାୟତ୍ତ ହୋଇପଡିଛି । ସରକାରୀ ରକ୍ତ ନମୁନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ରୋଗୀଙ୍କୁ ଡେଙ୍ଗୁ ଚିହ୍ନଟ ହୋଇସାରିଥିବା ବଳେ ବର୍ତମାନ ୩୪ ଜ୍ୱର ପୀଡିତଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ଭବାନୀପାଟଣା ଲ୍ୟାବକୁ ପଠାଯାଇଛି । ୩ଜଣ ଡେଙ୍ଗୁ ଚିହ୍ନଟ ରୋଗୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଅନ୍ୟମାନେ ଡେଙ୍ଗୁ ଚିହ୍ନଟ ପରେ ବିଶାଖାପାଟଣା ସମେତ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବେସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ଏବଂ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । କେବଳ ଲଡୁ ଗାଁରେ ୨୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି | ତେବେ ଜିଲ୍ଲାରେ ଡେଙ୍ଗୁ ଆତଙ୍କ ଖେଳାଇ ଦେଇଛି । ସ୍ବାସ୍ଥ୍ୟ ବିଭାଗ ଲଡୁଗାଁରେ କ୍ୟାମ୍ପ ଜାରୀ ରଖିଛି ଓ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିଛି ଏବଂ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଉଛି ।
କୋକସରା ବ୍ଲକ ଲଡୁ ଗାଁ ୨୦ ଓ।ର୍ଡ ବିଶିଷ୍ଟ ସଫେଇ ପାଇଁ ପଚଂ।ୟତ ପକ୍ଷରୁ ନିଦ୍ଦିଷ୍ଟ ବ୍ୟବସ୍ଥା ନ ଥିବା ସ୍ଥଳେ ସ୍ଥାନୀୟ ଅଚଂଳ ରେ ଗଢି ଉଠିଥିବା ୧୧ ରାଇସ ମିଲ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ର ଅବର୍ଜନା ଡେଙ୍ଗୁ ମଶାକୁ ସୁହାଇଛି । ଏଣୁ ସ୍ଥାନୀୟ ଲୋକ ସମେତ ଜିଲ୍ଲା ପ୍ରଶାସନ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ।

   Related Posts