ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ : ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ୍ ଡାକ୍ତରଖାନାରେ ଭର୍ତି

Published By : Prameya-News7 Bureau | November 03, 2019 IST

ଉଦଳା ୩।୧୧: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଡିମଗଡିଆ ଗ୍ରାମରେ ଜଣେ ଡେଙ୍ଗୁ ରୋଗୀ  ଚିହ୍ନଟ  ହୋଇଛନ୍ତି । ଡେଙ୍ଗୁ ରୋଗୀଙ୍କୁ  ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ଡାକ୍ତରଖାନାରେ ଭର୍ତି କରାଯାଇଛି ।

{"id":178464}

ସୂଚନାଯୋଗ୍ୟ ଯେ,  ଡିମଗଡିଆ ଗାଁର  ଗିରିଜା ଶଙ୍କର ବାରିକଙ୍କୁ ଗତ କାଳୀପୂଜା ଠାରୁ ଜ୍ବର ଲାଗି ରହିଥିଲା  । ପ୍ରାଥମିକ ଚିକିତ୍ସା ନିମନ୍ତେ ତାଙ୍କୁ ଗ୍ରାମ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ  ଭର୍ତ୍ତି କରଯାଇଥିଲା କିନ୍ତୁ ସେଠାରେ ତାଙ୍କା ଜ୍ବାର କମିନଥିଲା ।  ଗିରିଜାଙ୍କୁ ପରେ  ଉଦଳା ଡାକ୍ତରଖାନାରେ  ଚିକିତ୍ସା ପାଇଁ ଭର୍ତ୍ତି  କରାଯାଇଥିଲା ।  ଚାରି ଦିନ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିବା ସମୟରେ  ଗିରିଜାଙ୍କ ଦୁଇ ଥର  ରକ୍ତ ପରୀକ୍ଷା କରାଯାଇଥିଲା  । ରିପୋର୍ଟରେ  ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିବା ପରେ ଗତକାଲି  ରାତିରେ ତାଙ୍କୁ  ଚିକିତ୍ସା ନିମନ୍ତେ ବାରିପଦା ସ୍ଥାନାନ୍ତର କରାଯାଇଛି । ଏବେ ସେ ବାରିପଦା ପିଆରଏମ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.