ଦିଲ୍ଲୀରେ ବେକାବୁ ଡେଙ୍ଗୁ: ୧୫୩୦ରୁ ଅଧିକ ନୂଆ କେସ୍, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତ ଅନିୟନ୍ତ୍ରିତ ହୋଇପଡିଛି । ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏସଡିଏମସି) ଦ୍ୱାରା ପ୍ରକାଶିତ ସାପ୍ତାହିକ ରିପୋର୍ଟ ଅନୁଯାୟୀ, ଏହି ତିନୋଟି ନିଗମରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୬କୁ ବୃଦ୍ଧି ପାଇଛି । ୧୫୩୭ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବିଗୁଡୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ନେତୃତ୍ୱ ନେଇଛି ।

ଦିଲ୍ଲୀରେ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ଉପରେ ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯିବ । ସୋମବାର ଦିନ ଦିଲ୍ଲୀର ଡେଙ୍ଗୁ ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସକ୍ରିୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ ଡେଙ୍ଗୁ ହଟସ୍ପଟ୍ ଚିହ୍ନଟ କରିବା ସହ ଠିକ୍ ସମୟରେ ଚିକିତ୍ସା ଭଳି ଗ୍ରାଉଣ୍ଡ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ।

ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା କେନ୍ଦ୍ରକୁ ମଧ୍ୟ ଏକ ବିଶେଷଜ୍ଞ ଦଳ ପଠାଉଛନ୍ତି । ପରୀକ୍ଷାକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ମାଣ୍ଡଭିଆ କହିଛନ୍ତି ଯେ ଅନେକ ଗରିବ ଲୋକଙ୍କୁ ଠିକ୍ ଚିକିତ୍ସା କରାଯାଉ ନାହିଁ ଏବଂ ସେମାନଙ୍କ ମୃତ୍ୟୁ ଖବର ମଧ୍ୟ କରାଯାଇ ନାହିଁ । ସୂଚନାନୁସାରେ, ଏନେଇ ବିଦ୍ୟାଳୟରେ ସଚେତନତା ଅଭିଯାନ କରାଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.