Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ନୀଳଗିରିରେ ଡେଙ୍ଗୁରେ ୪ ଆକ୍ରାନ୍ତ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

10/10/2019 at 8:43 AM

ନୀଳଗିରି ୧୦।୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ଡେଙ୍ଗୁ ଜ୍ବରରେ ୪ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଡେଙ୍ଗୁ ଭୂତାଣୁ ନୀଳଗିରିରେ ବ୍ୟାପିବା ନେଇ ସ୍ଥାନୀୟ ଅଚଂଳରେ ଆତଙ୍କ ଖେଳିଯାଇଛି ।

ନୀଳଗିରିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ନୀଳଗିରି ଏନଏସି ୧୩ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଗୋପୀନାଥପୁର ମହାରଣା ସାହି ଅଚଂଳରେ ଢେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି ଲୋକେ । ଏହି ଗ୍ରାମର ପରମାନନ୍ଦ ବହେରାଙ୍କ ସ୍ତ୍ରୀ ସୀତାରାଣୀ ଓ ରାଜେନ୍ଦ୍ର ବହେରାଙ୍କ ସ୍ତ୍ରୀ କନକଲତା ଜ୍ବରରେ ପୀଡିତ ହୋଇଥିଲେ । ବାନ୍ତି ଓ ମୁଣ୍ଡ ବୁଲାଇବା ସହ ଜ୍ବର ନଛାଡିବାରୁ ତାଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ରକ୍ତ ନମୂନା ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ଜ୍ବର ହୋଇଥିବା ଜଣାପଡିଥିଲା । ପରେ କନକଲତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା ।

ସେହିପରି ନରୋତମ ମହରଣାଙ୍କ ଝିଅ ନିହାରିକା ମଧ୍ୟ ଡେଙ୍ଗୁ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇଥଥିବାବେଳେ ଜଗବନ୍ଧୁ ମହାରଣାଙ୍କ ପୁଅ ଅଜୟ ମଧ୍ୟ ଡେଙ୍ଗୁ ଜ୍ବରରେ ପୀଡିତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଗ୍ରାମରେ ଜଣକ ପରେ ଜଣେ ଡେଙ୍ଗୁ ରୋଗରେ ପୀଡିତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ତେବେ ଏହି ଗ୍ରାମରେ ଜଣକ ପରେ ଜଣେ ଡେଙ୍ଗୁ ରୋଗରେ ପୀଡିତ ହୋଇଥିବା ବେଳେ ଗାଁରେ ଆତଙ୍କ ଖେଳିଯାଇଛି ।

ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଗାଡିଆ ଥିବାବେଳେ ଡ୍ରେନ୍ ବହୁଦିନ ଧରି ଏନଏସି ତରଫରୁ ସଫେଇ ହୋଇନଥିବା ଅଭିଯୋଗ ହୋଇଛି । ଏପରିକି ଡ୍ରେନ୍ ରେ ବ୍ଲିଚିଙ୍ଗ ପାଉଡର ପକାଯାଉନଥିବା ଗ୍ରାମବାସୀ ମଧ୍ୟ କହିଛନ୍ତି । ତେବେ ଡେଙ୍ଗୁ ରୋଗ ଆକ୍ରାନ୍ତ ହେବା ଶୁଣି ନୀଳଗିରି ଏନଏସି ତରଫରୁ ତତ୍ପରତା ପ୍ରକାଶ ପାଇଛି । ଡ୍ରେନ୍ ସଫେଇ ସାଙ୍ଗକୁ ବ୍ଲିଚିଂ ପକାଯାଇଥିବା ଜଣାପଡିଛି । ତେବେ ଡେଙ୍ଗୁ ରୋଗ ବ୍ୟାପିବା ଜାଣି ସୁଦ୍ଧା ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇ ନଥିବା ଜଣାଯାଇଛି । ତେବେ ବିଭାଗ ତରଫରୁ ତଦନ୍ତ କରିବା ସହ ଗାଁରେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଦାବି ହୋଇଛି ।

   Related Posts