Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ରାଜଧାନୀରେ ବେକାବୁ ଡେଙ୍ଗୁ, ଗୋଟିଏ ସପ୍ତାହରେ ୨୮୩ ରୋଗୀ ଚିହ୍ନଟ

25/10/2021 at 4:52 PM

ନୂଆଦିଲ୍ଲୀ ୨୫/୧୦: କରୋନା ମହାମାରୀର ପ୍ରକୋପ ଥମିନଥିବା ବେଳେ ଡେଙ୍ଗୁ ମଧ୍ୟ ବିପଦ ସୃଷ୍ଟି କରିଛି। ଦୈନିକ ଅନେକ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ମଧ୍ୟ ପାଉଛି। ଦିଲ୍ଲୀ ଏନସିଆରରେ ଡେଙ୍ଗୁ ବେକାବୁ ହୋଇଛି। ଚଳିତବର୍ଷ ରାଜଧାନୀ ଦିଲ୍ଲୀରେ ହଜାରେରୁ ଉର୍ଦ୍ଧ୍ବ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହେରେ ୨୮୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ଗତ ଦୁଇ ସପ୍ତାହ ମଧ୍ୟରେ ମଶା ଦ୍ବାରା ବ୍ୟାପୁଥିବା ମାରାତ୍ମକ ରୋଗ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ୁଛି।

ଏଥିଯୋଗୁଁ ଅକ୍ଟୋବର ୧୮ରେ ପ୍ରଥମ ମୃତ୍ୟୁ ମଧ୍ୟ ରେକର୍ଡ ହୋଇଛି। ଡେଙ୍ଗୁରେ ପ୍ରାଣ ହରାଇଥିବା ୩୫ ବର୍ଷୀୟା ମହିଳା ମମତା କାଶ୍ୟପ ବୋଲି ଜଣାପଡ଼ିଛି। ସୋମବାର ଜାରି ହୋଇଥିବା ସିବିକେ ରିପୋର୍ଟ ଅନୁସାରେ, ଅକ୍ଟୋବର ୨୩ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ସହ ମୋଟ ୧,୦୦୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୮ ପରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି ।

ଅକ୍ଟୋବର ୧୬ ପର୍ଯ୍ୟନ୍ତ ଏହି ସଂଖ୍ୟା ୨୭୩ ଥିଲା । କିନ୍ତୁ ଗୋଟିଏ ସପ୍ତାହରେ ନୂଆ ୨୮୩ ମାମଲା ମିଳିଛି । ସେହିଭଳି ଏସଡିଏମସି ଦ୍ବାରା ଜାରି ରିପୋର୍ଟ ଅନୁସାରେ ୨୦୨୦ରେ ମୋଟ ୧,୦୭୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଡେଙ୍ଗୁ ଯୋଗୁଁ ୨୦୧୯ରେ ୨, ୨୦୧୮ରେ ୪, ୨୦୧୭ରେ ୧୦ ଏବଂ ୨୦୧୬ରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।  

   Related Posts