Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରାଜଧାନୀରେ ଡେଙ୍ଗୁ ଆତଙ୍କ, ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା

5/07/2021 at 7:35 AM

ଭୁବନେଶ୍ୱର, ୦୫|୦୭:  ରାଜଧାନୀରେ ଡେଙ୍ଗୁ ଆତଙ୍କ। ଭୁବନେଶ୍ବରରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମାଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସଚେତନ ଓ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଏମସି।

ରାଜଧାନୀରେ ବ୍ୟାପିଲ ଡେଙ୍ଗୁ।କୋଭିଡ ସଙ୍କଟ ଟଳିନଥିବା ବେଳେ ଭୁବନେଶ୍ବରରେ ଏବେ ଡେଙ୍ଗୁ ଭୟ। ବିଏମସିର ବିଭିନ୍ନ ୱାର୍ଡରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହେଲଣି ।ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରରେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱାର୍ଡରେ ଡେଙ୍ଗୁ ବ୍ୟାପୁଥିବାରୁ ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢିଯାଇଛି । ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଡ୍ରେନ ଗୁଡିକରେ ମଶାତେଲ, ବ୍ଲିଚିଂ ପଡୁନଥିବାରୁ ମଶା ବଂଶବୃଦ୍ଧି କରୁଛନ୍ତି। ଯାହାଫଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ରାଜଧାନୀବାସୀ କହିଛନ୍ତି ।

ଡେଙ୍ଗୁକୁ ନେଇ ବସ୍ତି ଅଂଚଳରେ ମଧ୍ୟ ଚିନ୍ତା ବଢିଛି। ବିଭିନ୍ନ ଜାଗାରେ ପାଣି ଜମିଥିବା ଦେଖିବାକୁ ମିଲିଛି। ବସ୍ତି ଅଂଚଳରେ ମଶା ତେଲ ପଡୁନଥିବା ଡେଙ୍ଗୁ ବ୍ୟାପିବା ଆଶଙ୍କା ରହିଛି । ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଏମସିର ଏକ ସ୍ବତନ୍ତ୍ର ଟିମ୍ ନର୍ଥ ଜୋନ ପରିଦର୍ଶନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ୱାର୍ଡ ନମ୍ବର ୭ ଓ ୧୪ରେ ବ୍ୟାପକ ଡ୍ରାଇଭ ଆରମ୍ଭ ହୋଇଛି। ଏଥି ସହ ବିଭିନ୍ନ ମଶା ନାଳ ନର୍ଦ୍ଦମାରେ ତେଲ ପକେଇବା ଅଭିଯାନ ଆରମ୍ଭ ହୋଇଛି । ଆଗକୁ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ସଚେତନତା ରଥ ଗଢ଼ିବ ବୋଲି ବିଏମ୍ସି ଉତ୍ତର ଜୋନ ZDC କହିଛନ୍ତି। ଏବେଠୁ ଡେଙ୍ଗୁ ନିୟନ୍ତ୍ରଣ କରାନଗଲେ, ଆଗଗୁ ସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି ।

   Related Posts