Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସମ୍ବଲପୁର ସହରରେ ମଶାଙ୍କ ପ୍ରାଦୁର୍ଭାବ : ଦିନକୁ ଦିନ ବଢୁଛି ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା

17/11/2019 at 5:32 PM

ସମ୍ବଲପୁର ୧୭।୧୧: ସମ୍ବଲପୁରରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିନ୍ତା ଜନକ । ୫ ବର୍ଷରୁ ଅଧିକ ସମୟ ହେଲା ସହରରେ ମଶାମରା ତେଲ କିମ୍ବା ମଶା ଧୂଆଁ ଦିଆଯିବାର କେହି ଦେଖି ନାହାଁନ୍ତି । କାଗଜ ପତ୍ରରେ ସବୁ ଠିକ୍ ଠାକ ଚାଲିଛି ବୋଲି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛି ମହାନଗର ନିଗମ। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ସହରବାସୀ ଦିନକାଟୁଥିବା ବେଳେ ରାଜ୍ୟ ବାହାରେ କାମ କରୁଥିବା କିଛି ଶ୍ରମିକ ଏବେ ଡେଙ୍ଗୁ ଆକ୍ରାନ୍ତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯାହା ସହରବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।

ସମ୍ବଲପୁର ସହର ଓ ସହର ଉପକଣ୍ଠରେ ଚାଲିଛି ମଶାଙ୍କ ରାଜ। ଦିନକୁ ଦିନ ବଢ଼ୁଛି ଡେଙ୍ଗୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା । ବର୍ଷାଦିନ ପରେ ସହରର ବିଭିନ୍ନ ସ୍ଥାନରେ ଜମା ହୋଇଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଡ୍ରେନରେ ମଶାତେଲ ନପଡ଼ିବାରୁ ମଶା ବଂଶ ବୃଦ୍ଧି ପାଉଛି । ଫଳରେ ବିଭିନ୍ନ ସ୍ଥାନରେ ଲୋକେ ମଶା ବାହିତ ରୋଗାକ୍ରାନ୍ତ ହୋଇ ଭୀମସାରରେ ଭର୍ତ୍ତି ହେଉଛନ୍ତି । ଏତିକି ବେଳେ ତାମିଲନାଡୁରେ କାମ କରୁଥିବା ୩୫ ଜଣ ଦାଦନ ଶ୍ରମିକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସି ଚିକିତ୍ସିତ ହେଉଛନ୍ତି ।ତେବେ ରୋଗୀଙ୍କୁ ଗୋଟିଏ ପଟେ ମହାନଗର ନିଗମ ଅବହେଳା ପାଇଁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି ଅନ୍ୟପଟେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ରୋଗୀ।

ଭୀମସାରରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଅଛି । କିନ୍ତୁ ମେଡିସିନ ୱାର୍ଡରେ ବିନା ମଶାରୀରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର । ଯାହା ଅନ୍ୟ ରୋଗୀଙ୍କ ପାଇଁ ବିପଦ କାରଣ ପାଲଟିଛି । ତେବେ ଘଟଣାକୁ ଅସ୍ବୀକାର କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଫେଇ ଦେଇଛନ୍ତି ।

ପୁରୁଣା ସହର ସମ୍ବଲପୁରରେ ଦୀର୍ଘ ବର୍ଷ ହେଲା ଡ୍ରେନେଜ ସମସ୍ୟା ରହିଛି । ଯାହା ସ୍ବଚ୍ଛତାରେ ସମସ୍ୟା ସାଜିଛି । ତେଣୁ ଜିଲ୍ଲା ପ୍ରଶାସନ କେବଳ ବୈଠକ ନକରି ପ୍ରତିକାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

   Related Posts