Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗଞ୍ଜାମରେ ବ୍ୟାପିଲାଣି ଡେଙ୍ଗୁ, ୨୪୭ ପଜିଟିଭ୍ ଚିହ୍ନଟ, ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ୩୦ରୁ ଅଧିକ ଆକ୍ରାନ୍ତ

9/11/2021 at 5:03 PM

ଖଲ୍ଲିକୋଟ, ୦୯/୧୧: ଡେଙ୍ଗୁ ରୋଗର ପ୍ରତିକାର ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗାଁରେ ବୁଲି ସଚେତନ କରାଯାଉଥିବା ବେଳେ ଡେଙ୍ଗୁ ଥମିବାର ନା ଧରୁନି । ଗଞ୍ଜାମ ଜିଲ୍ଲାରେ ଏବେ ସୁଦ୍ଧା ୨୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିରୁ ୧୯୪ ଜଣ ସ୍ଥାନୀୟ ରହିଥିବାବେଳେ ୫୩ ଜଣ ପ୍ରବାସୀଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଲାର ଏବେ ବିଭିନ୍ନ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଅଧୀନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଏବେ ସୁଦ୍ଧା ୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ଆର୍ଯ୍ୟପଲ୍ଲୀ ପଚାଂୟତରେ ପ୍ରାୟ ୩୦ରୁ ଅଧିକ ରୋଗୀ ରହିଛନ୍ତି । ଆର୍ଯ୍ୟପଲ୍ଲୀ ପଚାଂୟତର କଣ୍ଡରା ଆର୍ଯ୍ୟପଲ୍ଲୀ ଗ୍ରାମରେ ୨୭ରୁ ଅଧିକ ରୋଗୀ ରହିଥିବା ବେଳେ ପୂର୍ବରୁ ବଡଆର୍ଯ୍ୟପଲ୍ଲୀ ଗ୍ରାମରେ ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ରାସ୍ତା ନିକଟରେଥିବା ନାଳନର୍ଦ୍ଦମା ଏବଂ ବିଭିନ୍ନ ସ୍ଥାନରେ ଦୂଷିତ ଜଳ ନିଷ୍କାସନ ନ ହୋଇ ପଡିରହିଛି । ଫଳରେ ଡେଙ୍ଗୁ ମଶା ଉତ୍ପତି ହେବାରେ ଲାଗିଛି । ଏହି ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନା କାନ୍ଥ ଏବଂ ପାଚେରିରେ ଲେଖି ଚୁପ ବସିଥିବା ବେଳେ ଏହାର ବିକଳ୍ପ ବ୍ୟବସ୍ଥା ଉପରେ କୈାଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମାବସୀମାନେ ଅଭିଯୋଗ କରିଛନ୍ତି । 

   Related Posts