Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଇଣ୍ଟରନେଟ୍‌ରେ ନିଆଁ ଲଗାଇଲା ‘ଡେଙ୍ଗଡେଙ୍ଗ’! କୁକୁର ପାଇଁ ଲାଗିଲା ୨୫ ହଜାର$ର ବୋଲି

5/11/2021 at 4:27 PM

ବେଜିଂ : ଏକ ପରିତ୍ୟକ୍ତ କୁକୁର ଚୀନ୍‌ ଇଣ୍ଟରନେଟ୍‌ରେ ସେନସେସନ୍‌ ପାଲଟିଛି। ଏହି କୁକୁର ଲାଗି ଯେଉଁ ମୂଲ୍ୟ ଧାର୍ଯ୍ୟ ହୋଇଥିଲା ଏହାଠାରୁ ୩୨୦ ଗୁଣା ଅଧିକ ଦର ୧ଲକ୍ଷ ୬୦ ହଜାର ୟୁଆନ ଅର୍ଥାତ ୨୫ ହଜାର ଡଲରରେ ବିକ୍ରି ହେବା ବାସ୍ତବିକ ଚର୍ଚ୍ଚାର ବିଷୟ। ନିଲାମ ଲାଗି ଲାଇଭଷ୍ଟ୍ରିମିଂ ଉପଲବ୍ଧ କରିଥିବା ଆଲିବାବା ଗ୍ରୁପ ହୋଲ୍ଡିଂ ନିଲାମ ପ୍ଲାଟଫର୍ମ ଅନୁସାରେ ୮ ବର୍ଷର ଶିବା ଇନୁ ଡାକନାମ ଡେଙ୍ଗଡେଙ୍ଗକୁ ବେଜିଂ କୋର୍ଟ ଡାକିଥିବା ମୂଲ୍ୟରୁ ୩୨୦ ଗୁଣା ଅଧିକ ମୂଲ୍ୟରେ ନିଲାମ ହୋଇଛି।

ଇଣ୍ଟରନେଟ୍‌ରେ ଏହି ନିଲାମ ଦୀର୍ଘ ୨୯ ଘଣ୍ଟା କାଳ ଚାଲିଥିଲା। ଏଥିରେ୪୮୦ ଜଣ ବୋଲି ଲଗାଇଥିବା ବେଳେ ସବୁଠାରୁ ଯାହା ବଡ଼ କଥା ତାହା ହେଲା ନିଲାମକୁ ଇଣ୍ଟରନେଟ୍‌ରେ ୧ଲକ୍ଷ ୬୫ ହଜାରରୁ ବି ଅଧିକ ଲୋକେ ଦେଖୁଥିଲେ। ତେବେ ନିଲାମରେ ଶେଷ ବୋଲି କିଏ ଲଗାଇଥିଲେ ସେ ନେଇ ୱେବ୍‌ ସାଇଟ୍‌ ନିରବ ରହିଛନ୍ତି। ଏ ବାବଦେ ଇ-ମେଲ ଅଥବା ଫୋନ କଲରେ କର୍ତ୍ତୃପକ୍ଷଙ୍କ ମତାମତ ଜଣାପଡି ନାହିଁ। ଡେଙ୍ଗଡେଙ୍ଗ ନାମକ ଏହି କୁକୁରଟି ୨୦୧୮ ମସିହାରେ ବେଶ ଲୋକପ୍ରିୟ ହୋଇଥିଲା। ଡେଙ୍ଗଡେଙ୍ଗର ମାଲିକ ସ୍ଥାନୀୟ ଏକ ପେଟ ସ୍କୁଲରେ ତା ଖର୍ଚ୍ଚ ବାବଦ ଦେୟ ପୈଠ ନ କରି ଛାଡିଦେଇ ଯିବା ପରେ ବେଜିଂ ୟୁଥ ଡେଲି ସମେତ ସ୍ଥାନୀୟ ସମ୍ବାଦପତ୍ରରେ ଡେଙ୍ଗଡେଙ୍ଗ ଶିରୋନାମା ପାଲଟିଥିଲା।  

ତେବେ ପେଟ ସ୍କୁଲ କୁକୁରକୁ ନିଲାମ କରିବା ଲାଗି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଇଣ୍ଟରନେଟ୍‌ରେ ନିଲାମ ଆହ୍ୱାନ କରିଥିଲେ। ଚୀନ୍‌ରେ ଲାଇଭ ଷ୍ଟ୍ରିମିଂ ବିକ୍ରି ଗତ ମହାମାରୀ କାଳରୁ ଲୋକପ୍ରିୟ ହେବାରେ ଲାଗିଛି। କୋର୍ଟ ଲାଇଭଷ୍ଟ୍ରିମରେ କୁକୁର  ନିଲାମ ଲାଗି ନିଷ୍ପତ୍ତି ନେଇଥିଲେ।  ଚୀନ୍‌ରେ କରୋନାମହାମାରୀ ନିୟନ୍ତ୍ରଣ ଲାଗି ସରକାର ନେଇଥିବା କଠୋର ଲକଡାଉନ କାଳରେ ଚୀନ୍‌ରେ ଲିପଷ୍ଟିକ୍‌ ଭାଇ ଭାବେ ଜଣାଶୁଣା ଲି ଜିଆକି ଲାଇଭଷ୍ଟ୍ରିମ୍‌ ସେଲସ୍‌ମ୍ୟାନ୍‌ ଭାବେ ଦେଶରେ ବେଶ୍‌ ପ୍ରଶିଦ୍ଧ। ଆଲିବାବାଙ୍କ ବାର୍ଷିକ ସପିଙ୍ଗରେ ପ୍ରଥମ ଦିନରେ ଲି ଜିଆକି ୧.୯ ବିଲିୟନ ଡଲାରର ସାମଗ୍ରୀ ବିକ୍ରି କରିଥିଲେ। ଏବେ ଡେଙ୍ଗଡେଙ୍ଗର ନିଲାମରୁ ଲାଇଭଷ୍ଟ୍ରିମ୍‌ର କମାଲ ପୁଣି ଥରେ ପ୍ରମାଣିତ ହୋଇଛି।

   Related Posts