ଏପ୍ରିଲ ୧ ତାରିଖରୁ ବଦଳିଯିବ ଏହି ୨ ବ୍ୟାଙ୍କ ଗ୍ରାହକଙ୍କ ଚେକବୁକ ଏବଂ ଏଟିଏମ କାର୍ଡ
28/03/2019 at 3:33 PM

ନୂଆଦିଲ୍ଲୀ ୨୮/୩ : ଏପ୍ରିଲ ୧ ତାରିଖରୁ ବ୍ୟାଙ୍କ ଅଫ ବରୋଦାରେ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ସାମିଲ ହୋଇଯିବ |ତେଣୁ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ଗ୍ରାହକଙ୍କ ବ୍ୟାଙ୍କ ଖାତା ଏବେ ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର ହୋଇଯିବ | ସାଧାରଣ ଜନତାଙ୍କୁ ଏହି ସମ୍ବନ୍ଧୀୟ କିଛି ଜରୁରୀ କାମ କରିବାକୁ ହେବ |ଏହି ଦୁଇ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟ ପାସବୁକ, ଚେକବୁକ, ଏଟିଏମ କାର୍ଡ ମଧ୍ୟ ବଦଳିଯିବ | ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶିବା ପୂର୍ବରୁ ସରକାର ବ୍ୟାଙ୍କ ଅଫ ବରୋଦାରେ ୫.୦୪୨ କୋଟି ଟଙ୍କା ଜମା କରିବେ | ଅର୍ଥ ମନ୍ତ୍ରାଳୟ ବୁଧବାର ଦିନ ଏକ ସୂଚନା ମାଧ୍ୟମରେ ବ୍ୟାଙ୍କ ଅଫ ବରୋଦାରେ ୫.୦୪୨ କୋଟି ଟଙ୍କା ଜମା କରିବା ନେଇ ସେୟାର ବଜାରକୁ ସୂଚନା ଦେଇଥିଲେ |

ଗ୍ରାହକଙ୍କ ଉପରେ କ’ଣ ପଡିବ ପ୍ରଭାବ :
୧. ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର ଏବଂ ଗ୍ରାହକ ଆଇଡି ମିଳିବ
୨. ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର ବା IFSC କୋର୍ଡ ମିଳିବ, ତାଙ୍କୁ ନୂଆ ଭାବେ ଆୟକର ବିଭାଗ, ମ୍ୟୁଚୁଆଲ ଫଣ୍ଡ,ଏନପିଇସ, ବୀମା ଯୋଜନାର ସବିଶେଷ ତଥ୍ୟ ଆଦି ଅପଡେଟ କରିବାକୁ ହେବ
୩. ଏସଆଇପି ଏବଂ ଋଣ ଇଏମଆଇ ପାଇଁ ଗ୍ରାହକଙ୍କୁ ନୂଆ ବିବରଣୀ ଫର୍ମ ଭରିବାକୁ ପଡିବ
୪. ନୂଆ ଚେକବୁକ, ଡେବିଟ କାର୍ଡ ଏବଂ କ୍ରେଡିଟ କାର୍ଡ ଜାରି କରାଯାଇପାରେ
୫. ଏଫଡ଼ି କିମ୍ବା ଆର୍ଡି ପାଇଁ ମିଳୁଥିବା ସୁଧରେ କୌଣସି ପରିବର୍ତନ ହେବନାହିଁ
୬. ଯେଉଁ ସୁଧ ହାରରେ ଗାଡି ଋଣ, ଘର ଋଣ, ବ୍ୟକ୍ତିଗତ ଋଣ ଆଦି ନିଆଯାଇଥିବ, ସେଥିରେ ମଧ୍ୟ କୌଣସି ପରିବର୍ତନ ହେବନାହିଁ
୭. କିଛି କିଛି ଶାଖା ବନ୍ଦ ହୋଇଯାଇପାରେ, ସେଥିପାଇଁ ନୂଆ ଶାଖାରେ ଯାଇ ଗ୍ରାହକଙ୍କୁ ତଥ୍ୟ ସଂଗ୍ରହ କରିବାକୁ ପଡିବ

ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ଗ୍ରାହକଙ୍କୁ ବ୍ୟାଙ୍କ ଅଫ ବରୋଦାରେ କେତେ ସେୟାର ମିଳିବ ସେନେଇ ସେୟାର ରେସିଓ ନିର୍ଣ୍ଣୟ କରାଯାଇଛି | ବ୍ୟାଙ୍କ ଅଫ ବରୋଦା ତରଫରୁ ସେୟାର ରେସିଓ ହିସାବରେ ବିଜୟା ବ୍ୟାଙ୍କ ସେୟାର ଧାରକଙ୍କୁ ପ୍ରତି ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାର ୪୦୧ ସେୟାର ଜାରି କରାଯିବ | ଦେନା ବ୍ୟାଙ୍କର ସେୟାର ଧାରକଙ୍କୁ ପ୍ରତି ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାରୁ ୧୧୦ ସେୟାର ମିଳିବ |
