ଭୁବନେଶ୍ବର୨୭|୨ (ଳକ୍ଷ୍ମୀଧର ମହାପାତ୍ର) :ସ୍କ୍ରିନିଂ କମିଟି ଆଗରେ କଂଗ୍ରେସ ବିଧାୟକ ଜାକବ ପ୍ରଧାନଙ୍କୁ ନେଇ ହୋହଲ୍ଲା। ଟିକେଟ କାଟିବା ଜାକବଙ୍କ ବିରୋଧୀ ଗୋଷ୍ଠି କ୍ରନିଂ କମିଟି ଆଗରେ ଫେରାଦ ହୋଇଛନ୍ତି। ବିଧାୟକଙ୍କୁ ନାଁ ମାଳମାଳ ଅଭିଯୋଗ କରିଛନ୍ତି। ଏପଟେ ଜାକବ ଏହାକୁ ଖଣ୍ତନ କରିଛନ୍ତି। ଏପଟେ ସ୍କ୍ରିନିଂ କମିଟି ବୈଠକ ହୋଇଛି। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଚୂଡାନ୍ତ ହେବ ଟିକେଟ…
{"id":89232}କଂଗ୍ରେସ ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ବିରୋଧରେ ମୋର୍ଚ୍ଚା। ଜକବଙ୍କୁ ବିରୋଧକରି କଂଗ୍ରେସ ଭବନରେ ହୋହଲ୍ଲା। ଟିକେଟ ନଦେବାକୁ ସ୍କ୍ରନିଂ କମିଟି ଆଗରେ ଫେରାଦ ହେଲେ କଂଗ୍ରେସ କର୍ମୀ। ଅଭିଯୋଗ ଅନୁସାରେ ବିଧାୟକ ହେବା ପରେ ଜାକୋବ କଂଗ୍ରେସ କର୍ମୀଙ୍କୁ ଅଣଦେଖା କରିଛନ୍ତି ।ବିଜେପି କର୍ମୀଙ୍କୁ ସାହାର୍ଯ୍ୟ କରିଛନ୍ତି ।ଏପରିକି ଇନ୍ଦିରା ଆବାସ ଦେବା ପାଇଁ କଂଗ୍ରେସ କର୍ମୀଙ୍କ ଠାରୁ ୧୫ରୁ ୨୦ ହଜାର ଟଙ୍କା ଚାନ୍ଦା ନେଇଛନ୍ତି। ତେଣୁ ତାଙ୍କର ଟିକେଟ କାଟି କଂଗ୍ରେସ ଅନ୍ୟ ଯାହାକୁ ଦେଲେ ସମର୍ଥନ କରିବେ ନଚେତ ସମର୍ଥନ ଦେବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି । ଏହି ଅଭିଯୋଗକୁ ଖଣ୍ତନ କରିଛନ୍ତି ବିଧାୟକ ଜାକୋବ ପ୍ରଧାନ। ଅଭିଯୋଗ ସତ୍ୟ ହେଲେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ଜାକୋବ।
{"id":89233}କଂଗ୍ରେସ ସ୍କ୍ରନିଂ କମିଟିର ବୈଠକ ଶେଷ ହୋଇେଛି। ୨୧ ଟି ଲୋକସଭା ଏବଂ ୧୪୭ ବିଧାନସଭାନିର୍ବରାଚନ ମଣ୍ତଳୀ ପାଇଁ ଏକ ହଜାରୁ ଉର୍ଦ୍ଧ ଆଶାୟୀ ପ୍ରାର୍ଥୀ ଦାରଖାସ୍ତ କରିଛନ୍ତି। ଏହା ସହ ୪ ଜଣ କିନ୍ନର ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତି। ଆସନ୍ତା ମାର୍ଚ୍ଚ ୬ ତାରିଖରେ ସ୍କ୍ରିନିଂ କମିଟି ବୈଠକ ବସିବ। ତାପରେ ସିଇସି ବୈଠକ ବସିବ ।ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଟିକେଟ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସାଥୀସାନ।। ଏପରିକି ଯେଉଁ କିନ୍ନରଙ୍କ ଜିତିବା ଆଶାଙ୍କା ଥିଲେ ତାଙ୍କୁ ଟିକେଟ ଦିଆଯିବ ବୋଲି କହିଛନ୍ତି ପିସିସିସ ସଭାପତି ନିରଞ୍ଜନ ପଟ୍ଟନାୟକ।
{"id":89234}କଂଗ୍ରେସ ଟିକେଟ ନେଇ ଏବେ ଠାରୁ ଗୋଷ୍ଠି କନ୍ଦଳ ଆରମ୍ଭ ହେଲାଣି। ବିରୋଧୀ ଗୋଷ୍ଠିୀଙ୍କୁ ପ୍ରଶମିତ କରିବା କଂଗ୍ରେସ ହେବ ବଡ ଚ୍ୟାଲେଞ୍ଜ।
{"id":89235}