Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଓଡ଼ିଶାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ତେଜିଲା ଆନ୍ଦୋଳନ

17/12/2019 at 8:02 PM

ଭୁବନେଶ୍ୱର ୧୭।୧୨ – ଦେଶର ବିଭିନ୍ନ ଭାଗରେ ନାଗରିକତା ଆଇନକୁ ପ୍ରତ୍ୟାହାର ଦାବିରେ ଯୋରଦାର ଆନ୍ଦୋଳନ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଗତକାଲି  କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ ପ୍ରତିବାଦ ଜଣାଇଥିବା ବେଳେ, ଆଜି ରାଜଧାନୀରେ ଏକ ବିଶାଳ ରାଲି ଏବଂ ପ୍ରତିବାଦ ଦେଖିବାକୁ ମିଳିଛି।  

ନାଗରିକତା ସଂଶୋଧନ ଆଇନ ବିରୋଧରେ ଓଡ଼ିଶାରେ ବି ତେଜିଲା ଆନ୍ଦୋଳନ ।ଆଜି ଭୁବନେଶ୍ବରରେ ପ୍ରାୟ ୫ ହଜାର ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏକ ବିଶାଳ ପଟୁଆରରେ ସତ୍ୟନଗରରୁ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ। ପରେ ସେମାନଙ୍କର ଏକ ପ୍ରତିନିଧି ଦଳ ଗୃହ ସଚିବଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ।

ସଂସଦରେ ନାଗରିକତା ବିଲ ଗୃହୀତ ହେବାପାଇଁ ଶାସକ ବିଜେଡି କେନ୍ଦ୍ରକୁ ସମର୍ଥନ ଦେବା ଠିକ୍‌ ହୋଇନାହିଁ ବୋଲି ସେମାନେ କହିଛନ୍ତି।

ନାଗରିକତା ସଂଶୋଧନ ଆଇନକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଜନ ବିରୋଧୀ ବୋଲି କଂଗ୍ରେସ କହିଛି। ଏହାକୁ ନେଇ କଂଗ୍ରେସ ଅଯଥା ରାଜନୀତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ବିଜେପି ରାଜ୍ୟ ନେତାଏ ଦୋହରାଇଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ତାର ପକ୍ଷ ରଖିଛି।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କେତେକ ଅଞ୍ଚଳରେ ତୀବ୍ର ବିରୋଧ ସୃଷ୍ଟି ହୋଇଛି ।ଓଡ଼ିଶାରେ ଏହି ଆଇନର  କୌଣସି ପ୍ରଭାବ ନଥିଲେ ମଧ୍ୟ ରାଜ୍ୟରେ ଏହା ବିରୋଧରେ ସ୍ବର ଉଠିଲାଣି ।

   Related Posts