ଭୁବନେଶ୍ବର- ଉତ୍ତରରେ ବିଜେପିର ଅପରାଜିତା ମହାନ୍ତିଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଯୁଗ୍ମାଂଶୁ ପଣ୍ଡାଙ୍କ ସମର୍ଥକ ଦେଲେ ସମୂହ ଇସ୍ତଫା

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪: ଭୁବନେଶ୍ବର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀ ଲାଗି ବିଜେପି ବିଧାୟକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦଖଳ କରୁଥିବାବେଳେ ଭୁବନେଶ୍ବର ଉତ୍ତରରେ କିନ୍ତୁ ଦଳୀୟ କନ୍ଦଳ ପଦାକୁ ଆସିଛି । ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ବିଧାୟକ ଲଢିବାକୁ ଟିକେଟ ଦେଇଥିବାରୁ ଏହାକୁ କିଛି କର୍ମୀ ବିରୋଧ କରିଛନ୍ତି ।

{"id":99388}

ଟିକେଟ ଆଶାୟୀ ଥିବା ଯୁଗ୍ମାଂଶୁ ପଣ୍ଡାଙ୍କ ସମର୍ଥକ ରାଜ୍ୟ କାର୍ଯ୍ୟାଳୟ ଆଗରେ ନାରା ବାଜି କରିବା ସହ ସମୂହ ଇଫା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ କୈଣସି ନେତାଙ୍କୁ ନୁହେଁ ଅଫିସ ସାମ୍ମନାରେ ଦଳୀୟ ପତାକା ରଖିବା ସହ ଇସ୍ତଫା ପତ୍ର ରଖିବା ପରି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେପଟେ ବିଜେପି କହିଛି ଅସନ୍ତୁଷ୍ଟ କର୍ମୀଙ୍କୁ ଦଳ ବୁଝାଇବ ।

{"id":99384}

ବିଜେପିରେ ପୁଣି ଟିକେଟ ଅସନ୍ତୋଷ । ଅପରାଜିତା ମହାନ୍ତିଙ୍କ ପ୍ରାର୍ଥୀତ୍ବକୁ  ବିରୋଧ । ଉତ୍ତର ଭୁବନେଶ୍ବର ଅସନ୍ତୁଷ୍ଟ କର୍ମୀ ବିଜେପି ଅଫିସ ଆଗରେ ନାରା ବାଜି କରିବା ସହ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି । ବିଜେପି କାର୍ଯ୍ୟାଳୟ ଗେଟ ଆଗରେ ଦଳୀୟ ଉତ୍ତରୀୟ ଓ ପତାକାକୁ ଟାଙ୍ଗି ଦେଇଥିଲେ କର୍ମୀ । କୈଣସି ନେତାଙ୍କୁ ନୁହେଁ ଅଫିସ ଆଗରେ ନିଜ ନିଜର ଇସ୍ତଫା ପତ୍ରକୁ ରଖି ମୁଣ୍ଡିଆ ମାରିଥିଲେ ।  ଦଳ ଯୁଗ୍ମାଂଶୁଙ୍କୁ ଟିକେଟ ନଦେଇ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଥିବାରୁ ତାର ବିରୋଧରେ ଏମାନେ ପ୍ରତିବାଦ କରିଛନ୍ତି ।

{"id":99385}

 ଭୁବନେଶ୍ବର ମଧ୍ୟ ଓ ଏକାମ୍ରରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି ।ଦଳୀୟ ପ୍ରାର୍ଥୀ ମାନେ ଆଜି ନାମାଙ୍ଗନ ପତ୍ର ଦାଖଲ କରିଛନ୍ତି । ଏପଟେ କିନ୍ତୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ଟିକେଟ ପାଇନଥିବା ଆଶାୟୀ ନେତାଙ୍କ ସମର୍ଥକ  ପ୍ରତିବାଦ ଦଳକୁ ଅଡୁଆରେ ପକାଇଛି । ଏହାକୁ ନେଇ ବିଜେପି କହିଛି ଆଶାୟୀଙ୍କୁ ଟିକେଟ ନମିଳିଲେ ଅସନ୍ତୋଷ ହେବା ସ୍ବାଭାବିକ । ଭାବାବେଗରେ ସେମାନେ ଏମିତି କରୁଛନ୍ତି । ଦଳ ସେମାନଙ୍କ ସହ ଆଲୋଚନା କରି ସବୁ ସମସ୍ୟା ସମାଧାନ ହେବ ।

{"id":99386}

ଅପରାଜିତା ମହାନ୍ତି ୨୦୧୪ରେ କଂଗ୍ରେସରୁ କଟକ ଲୋକସଭା ପାଇଁ  ଲଢିଥିଲେ । ପରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶି ଦଳ ପାଇଁ କାମ କରୁଛନ୍ତି । ଏବେ ବିଜେପି ଅପରାଜିତା ମହାନ୍ତିଙ୍କୁ ଉତ୍ତରରୁ ପ୍ରାର୍ଥୀ କରିଛି ।

{"id":99387}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.