ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥିବା ପ୍ରତିବାଦ, ଗେଟ୍ ବନ୍ଦ କରି ଘେରିଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | March 03, 2021 IST

ସାନଖେମୁଣ୍ଡି ୩।୩: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥିବା ଯୋଗୁଁ ଉତ୍ତେଜନା । ଗେଟ୍ ବନ୍ଦ କରି ସ୍ବାସ୍ଥ୍ୟକେନ୍ଦ୍ର ଘେରିଲେ ସ୍ଥାନୀୟ ବାସିନ୍ଦା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥିବା ଯୋଗୁଁ ଉତ୍ତେଜନା ଦେଖାଦେଇଛି । ଦୀର୍ଘ ଦିନ ଧରି ଡାକ୍ତର ଏଠାରେ ନଥିବା ବେଳେ ଫାର୍ମାସିଷ୍ଟ ବୁଧବାର ଛୁଟିରେ ଚାଲି ଯାଇଛନ୍ତି । କେବଳ ଜଣେ ସିକ୍ୟୁରିଟି ଗାର୍ଡ ହିଁ ଜଗିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଗେଟ୍ ବନ୍ଦ କରି ଲୋକମାନେ ପ୍ରତିବାଦ କରିଛନ୍ତି । ଡାକ୍ତର ଓ କର୍ମଚାରୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.