Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂସେଇ ବାପା-ଦେଢ ମାସର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ, ଥାନା ସୀମା ବିବାଦ ଯୋଗୁଁ ତଦନ୍ତରେ ବିଳମ୍ବ

8/09/2019 at 10:28 PM

ଭଦ୍ରକ- ଶିଶୁ ହିଁ ପିତାମାତାଙ୍କର ସର୍ବସ୍ୱ । ଏମାନଙ୍କ ଲାଳନ ପାଳନ ପାଇଁ ବାପା ମାଆ ସବୁ କିଛି ତ୍ୟାଗ କରିଥଆନ୍ତି । ହେଲେ ଭଦ୍ରକର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜ ଦେଢ ମାସର ଶିଶୁ ପୁତ୍ରକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗେଲଟିଆ ନିଉ କଲୋନୀରେ ଏହି ଘଟଣା ଘଟିଛି। ହତ୍ୟା ଅଭିଯୋଗରେ ପୁଲିସ ଟିକୁ ମୁଣ୍ଡାକୁ ଗରିଫ କରିଛି ।

ଅଗଷ୍ଟ ୩୦ ତାରିଖ ରାତିରେ ଟିକୁ ମୁଣ୍ଡା ନିଶାସକ୍ତ ଅବସ୍ଥାରେ ଘରକୁ ଫରିଥିଲା । ତାର ଦୁଇ ଝିଅ ଦେଢ ମାସର ଶିଶୁ ପୁତ୍ର ସହ ମାଆ ଅନ୍ୟ ଏକ ଘରେ ଶୋଇଥିଲେ । ଟିକୁ ଝଗଡା କରିବା ସହ ପୁଅକୁ ସାଙ୍ଗରେ ନେଇ ଅନ୍ୟ ଘରେ ଶୋଇଥିଲା । ମାତ୍ର ଭୋର ୫ ଟା ବେଳକୁ ମାଆ କବାଟ ବାଡେଇବାରୁ ଟିକୁ କବାଟ ଖୋଲିଥିଲା । ସେତେବେଳକୁ ଶିଶୁ ପୁତ୍ର ମୃତ ଅବସ୍ଥାରେ ଥିଲା । ଟିକୁ ସ୍ତ୍ରୀକୁ ଧମକ ଦେବା ସହ ମୃତ ଶିଶୁ ମାଟି ତଳେ ପୋତି ଦେଇଥିଲା । ଗତ ଦୁଇ ଦିନ ତଳେ ନିଶାସକ୍ତ ଅବସ୍ଥାରେ ପୁଣି ସ୍ତ୍ରୀକୁ ମାର ପିଟ୍‌ କରିଥିଲା । ଏହାପରେ ଟିକୁର ସ୍ତ୍ରୀ ଭଦ୍ରକ ଟାଉନ ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ ।
ଟାଉନ ଥାନା ପୁଲିସ ସେଠାରେ ପହଞ୍ଚି ଏହା ଗ୍ରାମାଞ୍ଚଳ ଥାନାର ପରିସୀମା ବୋଲି କହିଥିଲା । ସୀମା ବିବାଦ ଯୋଗୁଁ ଏହାର ତଦନ୍ତରେ ଅଗ୍ରଗତି ହୋଇ ପାରି ନଥିଲା । ପରେ ଅମିନ ଡକାଯାଇ ଏହାର ମାପଚୁପ କରାଯାଇଥିଲା । ଅମିନ ଏହା ଗ୍ରାମାଞ୍ଚଳ ଥାନାର ବୋଲି କହିବା ପରେ ରବିବାରରେ ଗ୍ରାମାଞ୍ଚଳ ଥାନା ପୁଲିସ ମାମଲାକୁ ତଦନ୍ତ ପାଇଁ ଗ୍ରହଣ କରିଥିଲା । ମାତ୍ର ରବିବାର ଛୁଟି ଦିନରେ ମାଜିଷ୍ଟ୍ରେଟ ମିଳି ନଥିଲେ । ସୋମବାରେ ମାଜିଷ୍ଚ୍ରେଟ ଓ ଫୋରେନସିକ ଟିମ୍‌ର ଉପସ୍ଥିତିରେ ସେହି ସ୍ଥାନ ଖୋଳାଯିବ । ଏବେ ପୁଲିସ ଟିକୁ ମୁଣ୍ଡାକୁ ଗିରଫ କରିଛି । ଟିକୁର ସ୍ତ୍ରୀଙ୍କୁ ଏକ ଆଶ୍ରୟ ଗୃହରେ ରଖାଯାଇଥିବା ସୂଚନା ମିଳିଛି ।

   Related Posts