ପୁରୀ୩।୯- ପୁରୀରେ ଉଚ୍ଛେଦ କାର୍ଯ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି । ପୁରୀରେ ମଠ ସଂସ୍କୃତିର ସଂପୁର୍ଣ୍ଣ ସୁରକ୍ଷା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ। ମଠ ଉଛେଦ ପୂର୍ବରୁ ମଠାଧୀଶଙ୍କ ସହ ସଂପୁର୍ଣ୍ଣ ଆଲୋଚନା କରାଯାଇ ମତାମତ ନିଆଯିବ। ପ୍ରତ୍ୟେକ ମଠ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯାଇ କ୍ଷତିପୁରଣ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଚୁଡ଼ାନ୍ତ କରାଯିବ। ମଠାଧିଶ, ଆସ୍ଥାନ, ବିଜେସ୍ଥଳୀ ଓ ମଠରେ ଥିବା ମନ୍ଦିରକୁ ସୁରକ୍ଷା ଦିଆଯାଇ ଉଛେଦ କାର୍ଯ୍ୟ ହେବ। ଏମାର ମଠ ମହନ୍ତଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ହେଲେ ବିଜେସ୍ଥଳୀ ନିକଟରେ ତାଙ୍କର ରହିବାର ବନ୍ଦୋବସ୍ତ କରାଯାଇ ପାରେ ବୋଲି ମଧ୍ୟ ଜିଲ୍ଲାପାଳ ବଳଓ୍ୱନ୍ତ ସିଂ, ସୂଚନା ଦେଇଛନ୍ତି।
ମୁଁ ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ବି ପଶ୍ଚିମବଙ୍ଗରେ କଂଗ୍...