ପୁରୀରେ ପୁନର୍ବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା, ସରାକରୀ ଜମିରେ ଜବରଦଖଲକୁ ବିରୋଧ

Published By : Prameya-News7 Bureau | October 30, 2021 IST

ପୁରୀ, ୩୦/୧୦: ପୁରୀରେ ପୁନର୍ବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ନରେନ୍ଦ୍ର କୋଣ, ରାୟବାହାଦୂର ଲେନ, ଗୋପବନ୍ଧୁ କଲୋନୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ତେବେ ଦୀର୍ଘଦିନ ଧରି ଏଠାରେ ପୌର ସଂସ୍ଥାର ସ୍ବିପରମାନେ ସରକାରୀ ଜମି ଉପରେ ଘର କରି ରହୁଥିବା ବେଳେ ଘର ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରାୟ ୮ରୁ ଉର୍ଦ୍ଧ୍ବ ପରିବାର ଏଠାରେ ଦୀର୍ଘଦିନ ଧରି ରହିଆସୁଥିବା ବେଳେ ପ୍ରଥମେ ଥଇଥାନ ପରେ ଉଚ୍ଛେଦ ପାଇଁ ସେମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା ନକଲେ ମରିବୁ ପଛେ ଘର ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ। ସେପଟେ ଏହା ସରକାରୀ ଯାଗା ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ଆରଆଇ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.