Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୁଣି ପୁରୀରେ ବୁଲିଲା ବୁଲଡୋଜର : ମାଟିରେ ମିଶିଲା ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ

29/10/2019 at 4:51 PM

ପୁରୀ ୨୯|୧୦: ପୁରୀ ମୋଚିସାହି ଛକରେ ଥିବା ବହୁ ପୁରାତନ ମହୋଦଧି ମାର୍କେଟ କମ୍ପ୍ଲେକ୍ସକୁ ଆଜି ଭାଙ୍ଗି ଦିଆଯାଇଛି । ୨ ବର୍ଷ ତଳୁ ଏହି ମାର୍କେଟ କମ୍ପ୍ଲେକ୍ସକୁ ପ୍ରଶାସନ ଅସୁରକ୍ଷିତ ଘୋଷଣା କରିଥିଲା। ଏଠାରେ ଏକ ବହୁତଳ ମାର୍କେଟ କମ୍‌ପ୍ଲେକ୍ସ ନିର୍ମାଣ କରାଯାଇ ବିସ୍ଥାପିତମାନଙ୍କୁ ଥଇଥାନ କରାଯିବାକୁ ପ୍ରସ୍ତାବ ରହିଛି।

କିଛି ଦିନର ନୀରବତା ପରେ ପୁଣି ପୁରୀରେ ବୁଲିଛି ବୁଲଡୋଜର । ପୁଣି  ଆରମ୍ଭ ହୋଇଛି ଉଛେଦ ଅଭିଯାନ। ମ୍ୟୁନିସିପାଲିଟି ମାର୍କେଟ ଭଙ୍ଗାଯିବା ପରେ ଏବେ ମାଟିରେ ମିଶିଛି ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ । ୧୯୬୮ରେ ପୌରସଂସ୍ଥା ଦ୍ବାରାନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସ ୨ ବର୍ଷ ତଳୁ ବିପଦସଙ୍କୁଳ ଘୋଷଣା ହୋଇଥିଲା । ୫୦ ବର୍ଷ ତଳର ଏହି ପୁରାତନ ମାର୍କେଟକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କେତେ ଶୀଘ୍ର ଏଠାରେ ନୂଆ ମାର୍କେଟ୍‌ କମ୍ପଲେକ୍ସ  ନିର୍ମାଣ କାର୍ଯ୍ୟ କରାଯିବ ଓ ବିସ୍ଥାପିତଙ୍କୁ ଥଇଥାନ କରାଯିବ ସେଇ ଆଶାରେ ଅଛନ୍ତି ବ୍ୟବସାୟୀ ।  

ଏହି ମାର୍କେଟରେ ଥିବା ୫୮ ଟି ଦୋକାନ ଘରକୁ ପର୍ଯ୍ୟାୟ କ୍ରମେ ଭଙ୍ଗାଯିବ। ମୋଚିସାହି ଛକରେ ଥିବା ଏହି ମାର୍କେଟର ଗୋଟିଏ ଅଂଶରେ ପୁରୀ ସମବାୟ ବିଭାଗ ଦ୍ୱାରା ପରିଚାଳିତ ସହଯୋଗ ଷ୍ଟୋର ଦୀର୍ଘ ବର୍ଷ ଧରି ଚାଲି ଆସୁଥିଲା। ଏଠାରେ ବିସ୍ଥାପିତ ହେଉଥିବା ଦେକାନୀମାନେ ଏହି ଉଛେଦ ଅଭିଯାନରେ ସହଯୋଗ କରୁଛନ୍ତି । ଉଛେଦ ପରେ ଏଠାରେ ଏକ ବହୁତଳ ମାର୍କେଟ କମ୍ପ୍ଲେକ୍ସ ସ୍ଥାପନ କରାଯାଇ ଦୋକାନୀମାନଙ୍କୁ ଥଇଥାନ କରାଯିବ ।

ତେବେ ଏହି ଉଛେଦ ସମୟରେପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ଦାଶ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts