ପୁରୀ ମଠ ଭଙ୍ଗା ପ୍ରସଙ୍ଗରେ ବୁଝିଗଲେ ଶିଖ ସଂପ୍ରଦାୟ ପ୍ରତିନିଧି, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ

Published By : Prameya-News7 Bureau | December 23, 2019 IST

ଭୁବନେଶ୍ବର୨୩/୧୨: ବୁଝିଗଲେ ଶିଖ୍ ସଂପ୍ରଦାୟଙ୍କ ପ୍ରତିନିଧି । ପୁରୀର ମଙ୍ଗୁ ମଠ, ପଞ୍ଜାବୀ ମଠ ଏବଂ ବଲି ମଠ ଭଙ୍ଗାକୁ ନେଇ ସରକାରଙ୍କୁ ଭେଟିଥିଲେ  ପଞ୍ଜାବର ୨ ଜଣ ବିଧାୟକ ଏବଂ କିଛି ପ୍ରତିନିଧି । ତେବେ ଆଲୋଚନା ପରେ ସବୁ କିଛି ଠିକ୍ ଠାକ୍ ବୋଲି ଗଣମାଧ୍ୟମକୁ କହିଛନ୍ତି ବିଧାୟକ ସମରଜିତ୍ ସିଂ।

ମଙ୍ଗୁ ମଠ, ପଞ୍ଜାବୀମଠ ଓ ବଲି ମଠ ଭଙ୍ଗା ପ୍ରସଙ୍ଗରେ ବୁଝିଗଲେ  ଶିଖ ସଂପ୍ରଦାୟ ପ୍ରତିନିଧି। ରାଜ୍ୟ ସରକାରଙ୍କୁ ଭେଟିଲା ପରେ ସବୁ ଠିକ୍ ଠାକ୍ ହୋଇଗଲା ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି  ପଞ୍ଜାବ ବିଧାୟକ ସମରଜିତ ସିଂ ।ପୁରୀରେ ମଙ୍ଗୁ ମଠ, ପଞ୍ଜାବୀମଠ ଓ ବଲି ମଠ ଭଙ୍ଗା ଯିବା ନେଇ କ୍ଷୁବ୍ଧ ହୋଇଥିଲେ ଶିଖ୍ ସଂପ୍ରଦାୟ ।

ଏସବୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ,ସରକାର ଓଡିଶା ସରକାରଙ୍କୁ ଅନୁରୋଧ କରିଥିଲେ ବି ମଠ ଭଙ୍ଗା ହେବା ଶୁଣି ଏହାର ଜୋରଦାର ପ୍ରତିବାଦ କରରିବାକୁ ସଜବାଜ ହେଉଥିଲେ । ଏଥିପାଇଁ ପଞ୍ଜାବର ୨ ଜଣ ବିଧାୟକ ଓ କିଛି ପ୍ରତିନିଧି ଓଡିଶା ଆସି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ହେଲେ ଆଜି ସରକାରଙ୍କ ସହ ଆଲୋଚନା ପରେ ଭଙ୍ଗା ମଠ ଗୁଡିକୁ ଅନ୍ୟତ୍ର ତିଆରି ପାଇଁ ସରକାରଙ୍କ ପ୍ରସ୍ତାବ ଥିବା ଜାଣି ପଞ୍ଜାବୀ ପ୍ରତିନିଧି ପାଲଟା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଜି ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ  ଗୃହ ରାଷ୍ଟ୍ରମନ୍ତ୍ରୀ, ପୁର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତି ଥିଲେ ।ପୁରୀ ସୌନ୍ଦର୍ଯ୍ୟରଣ ପାଇଁ ସରକାର ଏଭଳି ନିସ୍ପତି ନେଇଥିବା ଜାଣି ପଞ୍ଜାବ ପ୍ରତିନିଧି ଖୁସି ହୋଇଥିଲେ । ଏସବୁ ମଠ ଭଙ୍ଗା ଉପରେ ସରକାର ୩ ଟି ପ୍ରସ୍ତାବ ପୁରଣ କରିବେ ବୋଲି ପ୍ରତିଶୃତି  ଦେଇଛନ୍ତି। ମଙ୍ଗୁ ମଠ, ପଞ୍ଜାବୀମଠ ଓ ବଲି ମଠର ପୁନରୁଦ୍ଧାର ହେବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି। ଏହାଦ୍ୱାରା ପଞ୍ଜାବ ଓ ଓଡିଶା ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ।

ମଙ୍ଗୁ ମଠ, ପଞ୍ଜାବୀମଠ ଓ ବଲି ମଠ ଭାଙ୍ଗି ସରକାର ପୁରୀର ସୌନ୍ଦର୍ଯ୍ୟକରଣ କାମ ଜାରି ରଖିଛନ୍ତି । ଏହା ଶିଖ ସଂପ୍ରଦାୟର ଭାବନା ଏବଂ ଗୁରୁ ନାନକ ଦେବକ ପୁରୀ ଗସ୍ତ ଇତିହାସ ପ୍ରତି ଧୋକ୍କା ବୋଲି ଅଭିଯୋଗ ଆଣି ଏହା ବିରୋଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲା ଶିଖ ସଂପ୍ରଦାୟ । ଆଜି ସେମାନଙ୍କର 7 ଜଣିଆ ପ୍ରତିନିଧି ଦଳ ସରକାରଙ୍କ ସହ ଆଲୋଚନା କରିବା ପରେ ସମାଧାନ ରାସ୍ତା ବାହାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.