ପୁରୀ ମହୋଦଧୀ ମାର୍କେଟ୍ କମ୍ପ୍ଲେକ୍ସ ଉଚ୍ଛେଦ, ୧୯୬୮ମସିହାରେ ହୋଇଥିଲା ନିର୍ମିତ

Published By : Prameya-News7 Bureau | October 29, 2019 IST

ପୁରୀ ୨୯।୧୦: ପୁରୀରେ ପୁଣି ଉଚ୍ଛେଦ । ଆଜି  ମୋଚିସାହି ସ୍ଥିତ ମହୋଦଧୀ ମାର୍କେଟ୍ କମ୍ପ୍ଲେକ୍ସ ଉଚ୍ଛେଦ ଚାଲିଛି । ଏହି ମାର୍କେଟ୍ କମ୍ପ୍ଲେକ୍ସରେ ରହିଛି ୫୮ଟି ଦୋକାନ ଘର ।

{"id":176238}

୧୯୬୮ରେ ନିର୍ମାଣ କରାଯାଇଥିବା ଏହି ମାର୍କେଟ୍ କମ୍ପ୍ଲେକ୍ସଟି ଏବେ ଅସୁରକ୍ଷିତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ ପାଇଁ ନୋଟିସ୍ କରାଯାଇଥିଲା । ୧୪ ତାରିଖ ସୁଦ୍ଧା ସମସ୍ତ ଦୋକାନ ଘର ଖାଲି କରାଯାଇଥିଲା ।

{"id":176239}

ବିସ୍ଥାପିତମାନଙ୍କୁ ଥଇଥାନ କରିବା ପ୍ରତିଶୃତି ଦେଇ ଜିଲ୍ଲା ପ୍ରଶାସନ ଆଜି ଏହାକୁ ଉଚ୍ଛେଦ କରୁଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.