ଶହ ଶହ ବର୍ଷର ଇତିହାସ ବହନ କରୁଥିବା ପୁରୀର ପ୍ରାଚୀନ ମଠଗୁଡିକୁ ଭାଙ୍ଗିବା କେତେ ଯଥାର୍ଥ, ଆରମ୍ଭ ହେଲାଣି ବିତର୍କ

Published By : Prameya-News7 Bureau | August 30, 2019 IST

ପୁରୀ ୩୦|୮: ପୁରୀକୁ ବିଶ୍ବ ଐତିହ୍ୟରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ବେଆଇନ ତଥା ବିପଦ ସଙ୍କୁଳ ନିର୍ମାଣ ଗୋଟିଏ ପରେ ଗୋଟିଏ ଭଙ୍ଗା ଯାଉଛି । କିନ୍ତୁ ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସଂସ୍କୃତି, ରୀତିନୀତି ସହ ଜଡ଼ିତ ଥିବ ଏହି ମଠ ଗୁଡ଼ିକୁ ସୁରକ୍ଷା ନାରେ ପ୍ରଶାସନ ସମ୍ପୂର୍ଣ୍ଣରୂପେ ଭାଙ୍ଗିବା କେତେ ଯୁକ୍ତିଯୁକ୍ତ । ବିକାଶ ନାରେ ସମୟ ସ୍ରୋତରେ ହଜିଯିବନିତ ଏହି ଐତିହ୍ୟର ପଦଚିହ୍ନ…

{"id":150908}

ଜନ୍ମାଷ୍ଟମୀରେ ପୁରୀ ପାଇଁ ବିକାଶର ଚିତ୍ର ଆଙ୍କିଛନ୍ତି ସରକାର। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଅଣ୍ଟା ଭିଡାଯାଇଛି। ଏହି ଅଭିଯାନରେ ପ୍ରଥମେ ଭାଙ୍ଗିଛି ଲଙ୍ଗୁଳି ମଠ, ଏବେ ଏମାର ମଠ ଭଙ୍ଗା ଚାଲିଛି । ଆଗକୁ ଶ୍ରୀମନ୍ଦିର ସଂଲଗ୍ନ ୬ଟି ମଠର ପାଳି ପଡିବ ।

{"id":150909}

ଏସବୁ ମଠ ସହ ଶ୍ରୀମନ୍ଦିରର ସଂପର୍କ ବହୁ ପୁରୁଣା । କେତେ ଶହ ବର୍ଷର ଏହି ସଂପର୍କ ସହ ବିଶ୍ବାସ,ସଂସ୍କୃତି ଓ ଧାର୍ମିକ ଭାବନା ଜଡିତ । ଏସବୁର ନିର୍ମାଣ ଶୈଳୀ ବି ବିରଳ କଳାକୃତିର ନିଦର୍ଶନ । ତଥାପି ତାହା ସୁରକ୍ଷା କାରଣରୁ ଭଙ୍ଗାଯାଉଛି।କିନ୍ତୁ ଯେଉଁ ଭଗ୍ନାବଶେଷ ଭିତରୁ ଉଦ୍ଧାର କଳାକୃତ୍ତି ସଂରକ୍ଷିତ ରଖି ପାରିବେ ତ ସରକାର ?

{"id":150910}

ଯେଉଁ ପ୍ରାଚୀନ କଳାକୃତ୍ତି ପାଇଁ ଓଡ଼ିଆ ଜାତି ସାରା ବିଶ୍ବରେ ପରିଚିତ, ବିକାଶ ନାରେ ସେହି କଳାକୃତ୍ତିର ବିନାଶ ହେବ ନି ତ ? ଐତିହ୍ୟ ସହର ଗଢୁ ଗଢୁ ଇତିହାସ ହଜିଯିବନି ତ । ଆଗାମୀ ଦିନରେ ମହତ୍ବ ହରାଇବ ନାହିଁ ତ ମଠ ମନ୍ଦିର ?

{"id":150911}

ଏମାର ମଠ ମଧ୍ୟରେ ଥିବା ରଘୁନନ୍ଦନ ଲାଇବ୍ରେରୀରୁ ବହୁ ପ୍ରାଚୀନ ପୁସ୍ତକ, ପାଣ୍ଡୁଲିପି ତଥା ପାଞ୍ଜି ଉଦ୍ଧାର କରାଯାଇଛି । ସେ ଗୁଡ଼ିକର ଡିଜିଟାଲାଇଜେସନ ସହ ସଂରକ୍ଷଣ କରିବାକୁ ସରକାର କହିଛନ୍ତି । ସମୟ ସହିତ ସେହି ସବୁ ଯୋଜନାର ସଫଳ ରୂପାୟନ ହୋଇ ପାରିବ ତ ? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ବାଭାବିକ କଥା ।

{"id":150912}

କିନ୍ତୁ ଯେଉଁ ଶ୍ରୀମନ୍ଦିର ପାଇଁ ସର୍ବୋପରି କାଳିଆ ଠାକୁରଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏତେ ଆୟୋଜନ । ସେହି ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମଠ ମନ୍ଦିରର ସଂରକ୍ଷଣ ମଧ୍ୟ ଆବଶ୍ୟକତା ରହିଛି। ନଚେତ କୋଣାର୍କର କଳାହରଣ ପରି ଶ୍ରୀକ୍ଷେତ୍ରର କଳା ହରଣ ହୋଇଯିବ । ବିଶ୍ବ ଐତିହ୍ୟ ତ ଘୋଷଣା ହେବ ଶ୍ରୀକ୍ଷେତ୍ର । ସେତେବେଳେ ଶ୍ରୀକ୍ଷେତ୍ର ଆଉ ଶ୍ରୀକ୍ଷେତ୍ର ହୋଇନଥିବ। ପ୍ରାଚୀନ ମଠ ମନ୍ଦିର ପରିବର୍ତ୍ତେ ଶୋଭାବର୍ଦ୍ଧନ କରୁଥିବ କେବଳ ନଭଶ୍ଚୁମ୍ଭୀ ଅଟ୍ଟାଳିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.