SCB ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜାରି : ୧୦ ମନ୍ଦିର, ଦୁଇ କ୍ଲବ୍ ଓ ଦରଘାର ପଡିଲା ପାଳି

Published By : Prameya-News7 Bureau | February 12, 2020 IST

କଟକ ୧୨।୨: କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଆଜି ୧୦ଟି ମନ୍ଦିର, ଦୁଇଟି କ୍ଲବ୍ ଓ ଦୁଇଟି ଦରଘା ଉଚ୍ଛେଦ କରାଯିବ । ଯୋବ୍ରା ବ୍ୟାରେଜ ନିକଟରେ ଥିବା ଏହି ମନ୍ଦିର, ଦରଘା ଓ କ୍ଲବ୍ ଗୁଡିକୁ ଉଚ୍ଛେଦ କରାଯାଇ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

{"id":223573,"sizeSlug":"large"}

ଆଜିଠାରୁ ଆରମ୍ଭ ହେଉଥିବା ଉଚ୍ଛେଦ ଅଭିଯାନ ନିରନ୍ତର ଭାବେ ଚାଲିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି । ଏହି ଉଚ୍ଛେଦ ଅଭିଯାନରେ ମୁଖ୍ୟତଃ ତାଳଦଣ୍ଡା କେନାଲର ଦୁଇପଟେ ରହିଥିବା ବସ୍ତି, ଦୋକାନ ଘର ଆଦି ଉଚ୍ଛେଦ କରାଯିବ । ତାଳଦଣ୍ଡା କେନାଲ କୂଳରେ ଥିବା ୪ଶହ ୫୪ଟି ଘର, ସରକାରୀ ଜାଗାରେ ଥିବା ୮୮ଟି ଦୋକାନ ଘର ଓ ୪୨ ଟି ସିଏମସି ଦୋକାନ ଘର ପର୍ଯ୍ୟାୟ କ୍ରମେ ଭଙ୍ଗାଯିବ ।

{"id":223575,"sizeSlug":"large"}

ଏହା ବ୍ୟତୀତ ଏହି ଅଭିଯାନରେ ୧୭ଟି ଧର୍ମାନୁଷ୍ଠାନ ଓ କ୍ଲବ୍ ଘର ଉଚ୍ଛେଦ ହେବ । ଏହାସହ ୧୪ଜଣ ଉଠା ଦୋକାନୀଙ୍କୁ ମଧ୍ୟ ଉଚ୍ଛେଦ କରାଯିବ । ତେବେ ଉଚ୍ଛେଦ ପରେ ଏସବୁ ଅନୁଷ୍ଠାନ ଓ ବସ୍ତିବାସିନ୍ଦାଙ୍କୁ ସଠିକ୍ ଭାବେ ଥଇଥାନ କରାଯିବ । ଏପରିକି ବସ୍ତି ବାସିନ୍ଦାମାନଙ୍କ ଜିନିଷ ନେଇ ଥଇଥାନ କଲୋନୀରେ ପହଞ୍ଚାଇବା ପାଇଁ ସିଏମସି ଗାଡି ଯୋଗାଇ ଦେବ ବୋଲି କହିଛନ୍ତି ଆରଡିସି । ଉଚ୍ଛେଦ ପରେ ୮ ଦିନ ପର୍ଯ୍ୟନ୍ତ ବସ୍ତିବାସିନ୍ଦାମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.