ଏହି ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହେଲା ହ୍ୟାକ୍‌, ସାମ୍ନାକୁ ଆସିଲା ପ୍ରାଇଭେଟ ଫଟୋ

Published By : Prameya-News7 Bureau | October 23, 2019 IST

ମୁମ୍ବାଇ୨୩|୧୦: ଅଭିନେତ୍ରୀ ଡେମି ଲୋବେଟାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର୍ସ ତାଙ୍କର କିଛି ନ୍ୟୁଡ ଫଟୋ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଅନେକ ଫଟୋ ପୋଷ୍ଟ କରିଥିବାରୁ ଦର୍ଶକ ଓତାଙ୍କ ପ୍ୟାନ୍ସ କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ଅଭିନେତ୍ରୀଙ୍କୁ ନିଜ ପକ୍ଷରୁ କିଛି କହିବା ପାଇଁ ଅନୁରୋଧ କରିଛନ୍ତି।

{"id":173684}

ଦ ବ୍ଲାଷ୍ଟ ମାଗାଜିନ ଅନୁସାରେ ନିକଟେରେ ସାଇବର ଟ୍ରୋଲ୍ସ ଡେମିଙ୍କ ସ୍ନାପଚାଟ୍‌ ହ୍ୟାକ୍‌ କରିଥିଲେ। ଏହା ପରେ ହ୍ୟାକର୍ସ ଅଭିନେତ୍ରୀଙ୍କର ଅନେକ ବ୍ୟକ୍ତିଗତ ଫଟୋ ସର୍ବ ସାଧାରଣରେ ପୋଷ୍ଟ କରିଛନ୍ତି। ସ୍ନାପଚାଟ ହ୍ୟାକ ହେବା ପରେ ଏହି ଫଟୋ ଅପଲୋଡ ହୋଇଥିଲା। ଏହା ଭାଇରାଲ ହେବାର କିଛି ସମୟ ମଧ୍ୟରେ ଷ୍ଟାରଙ୍କ ପବ୍ଲିସିଟି ଟିମ୍‌ ତୁରନ୍ତ ଏହି ଫଟୋ ଡିଲିଟ କରିବା ଆରମ୍ଭ କରିଥିଲେ।

{"id":173685}

ଏବେ ସବୁ ଖରାପ ଫଟୋ ଡିଲିଟ କରାଯାଇଛି। ଅନେକ ଦର୍ଶକ ଏହି ଫଟୋ ନେଇ କମେଣ୍ଟ କରିଛନ୍ତି। ୨୭ ବର୍ଷିୟ ଷ୍ଟାରଙ୍କର ଜଣେ ପ୍ରଶଂସକ ଅନ୍‌ଲାଇନ ଲେଖିଛନ୍ତି ଯେ, ସେଲିବ୍ରିଟିଙ୍କ ନ୍ୟୁଡ ଫଟୋ ଲିକ୍‌ କରିବା ବାସ୍ତବରେ ନିହାତି ଅସଭ୍ୟ କାମ। କିଛି ଦର୍ଶକ ଲେଖିଛନ୍ତି ଯେ, ଏମିତି କାମ କିଏ କାହିଁକି କରେ । କାହା ଆକାଉଣ୍ଟ ହ୍ୟାକ୍‌ କରିବା କୌଣସି ଅପରାଧଠୁ କମ ନୁହଁ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.