ସଂସଦରେ ଜନ୍ମ ନିୟନ୍ତ୍ରଣ ବିଧେୟକ ପାରିତ କରିବାକୁ ଦାବି

Published By : Prameya-News7 Bureau | July 16, 2021 IST

ଭଦ୍ରକ ୧୬।୭: କଠୋର ଓ ଶସକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ସଂସଦରେ ପାରିତ କରିବା ନେଇ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଭଦ୍ରକ ଶାଖା ତରଫରୁ ଦାବି କରାଯାଇଛି । ଏଭଳି ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

{"id":481670,"width":750,"height":413,"sizeSlug":"large","linkDestination":"none"}

ଭାରତବର୍ଷ ପାଇଁ ଜନସଂଖ୍ୟା ବୃଦ୍ଧି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ସହ ବହୁ ଅସୁବିଧା ସୃଷ୍ଟି କରୁଛି । ଜନସଂଖ୍ୟା ବୃଦ୍ଧି ପାଇଁ ବେକାରୀ ସମସ୍ୟା ସୃଷ୍ଟି ହେବା ସହ ପରିବେଶର ସନ୍ତୁଳନ ମଧ୍ୟ ବିଗୁଡୁଛି । ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରତିବର୍ଗ କିଲୋମିଟରରେ ୪୧୧ ଜଣ ବସବାସ କରୁଛନ୍ତି । ତେଣୁ ଭାରତବର୍ଷରେ ଜନ୍ମ ନିୟନ୍ତ୍ରଣ ବିଲ୍ ର ଆବଶ୍ୟକତା ରହିଥିବା ଫାଉଣ୍ଡେସନ ଦାବି କରୁଛି । ତେବେ ଦେଶରେ ଦୁଇ ସନ୍ତାନ ନିୟମ ପ୍ରଣୟନ କରାଯିବା ନେଇ ଦାବିପତ୍ର ଦେଇଛି ଫାଉଣ୍ଡେସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.