Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ମହାବିନାୟକ ମନ୍ଦିର ଖୋଲିବା ପାଇଁ ଦାବି, ଆର୍ଥିକ ସଙ୍କଟରେ ସେବାୟତ

2/08/2021 at 7:56 PM

ଚଣ୍ଡିଖୋଲ ୦୨।୦୮: ଦୀର୍ଘ ଦିନର କରୋନା କଟକଣା ପରେ ସରକାର ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି। ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ। ଏହା ପରେ ମନ୍ଦିର ଖୋଲିବା ପାଇଁ ଯାଜପୁର ଜିଲ୍ଲାର ଏକ ପ୍ରମୁଖ ଶୈବ ପୀଠ ମହାବିନାୟକ ଶୈବ ପୀଠ ଖୋଲିବା ପାଇଁ ସେବାୟତ ମାନେ ଦାବି କରିଛନ୍ତି।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ମନ୍ଦିର ଗୁଡିକ ଦୀର୍ଘ ଦିନ ଧରି ବନ୍ଦ ରହିଛି। ଯେଉଁଥି ପାଇଁ ଭକ୍ତକୁ ମନ୍ଦିର ଆସିବା ପାଇଁ ବାରଣ କରାଯାଇଛି। ମନ୍ଦିର ପରିସର ଖାଁ ଖାଁ ହୋଇ ପଡିଛି। ବର୍ଷ ବର୍ଷ ଧରି ମନ୍ଦିର ଉପରେ ନିର୍ଭର କରି ନିଜ ପରିବାର ଚଳାଉ ଥିବା ସେବାୟତ ମାନେ ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ଭକ୍ତ ନଆସିବାରୁ ମନ୍ଦିର ଓ ସେବାୟତ ଉଭୟ ପ୍ରଭାବିତ ହେଉଛନ୍ତି। ଏହା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ଭକ୍ତ ମାନେ ମନ୍ଦିର ବାହାରୁ ଦର୍ଶନ କରି ଫେରୁଛନ୍ତି।

ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହି ଥିବାରୁ ଉଭୟ ସେବାୟତ ଓ ଭକ୍ତ ମାନେ ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି। ଆସନ୍ତା ବୁଧବାର ଦିନ ଯାଜପୁର ମା ବିରଜା ଙ୍କ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆ ଯାଇଥିବା ବେଳେ ମହାବିନାୟକ ମନ୍ଦିର କେବେ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆ ଯାଉଛି ତାକୁ ଦେଖିବାକୁ ବାକି ରହିଲା

   Related Posts