Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିଯୁକ୍ତକୁ ଧରିବା ଓ ଜମି ହଡପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ଏସପିଙ୍କୁ ଭେଟିଲେ ଗ୍ରାମବାସୀ

4/05/2021 at 8:44 PM

ଭଦ୍ରକ ୦୪।୦୫:  ଥାନା ଅଭିଯୋଗ ପରେ ପୋଲିସ ବାବୁ କହିଥିଲେ ୩ ଦିନରେ ଅଭିଯୁକ୍ତକୁ ଧରିବୁ , କିନ୍ତୁ ୧୮ ଦିନ ରୁଅ ଅଧିକ ହେଲାଣି। ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ। ପୂର୍ବରୁ ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଧାରା ନପଡିବାରୁ ପୁଣି ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା । ଅନ୍ୟ ଏକ ଘଟଣାରେ ଜମିକୁ ହଡପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଓ ସ୍ଥାନୀୟ ପୋଲିସର କାର୍ଯ୍ୟକାରିତାକୁ ନେଇ ଏସପିଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଜନୈକ ମହିଳା ଗାଁର କେତେକ ଯୁବକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପରେ ତିହିଡି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ଅଭିଯୁକ୍ତ ଙ୍କୁ ତିହିଡି ପୋଲିସ ଧରିବା ପାଇଁ ସକ୍ଷମ ହୋଇନଥିଲା । ଏ ନେଇ ଅଭିଯୋଗକାରିଣୀ ଭଦ୍ରକ ଏସପି ଙ୍କୁ ଭେଟି ଅଭିଯୋଗ କରିଥିଲେ । ପରେ ମଧ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ନ ଧରିବା ଅଭିଯୋଗ ରେ ଏବେ ପୁଣି ଭଦ୍ରକ ଏସପି ଙ୍କୁ ଭେଟି ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଅଭିଯୋଗ କରିଛନ୍ତି ।

ଅନ୍ୟ ଏକ ମାମଲାରେ ଗ୍ରାମ୍ୟ ଜଙ୍ଗଲ ଜମିକୁ ହଡପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଓ ସ୍ଥାନୀୟ ପୋଲିସର କାର୍ଯ୍ୟକାରିତାକୁ ନେଇ ଏସପିଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ନାୟକାନିଡ଼ିହି ଥାନା ଅଧିନସ୍ଥ ଭଗବାନପୁର ଗ୍ରାମର କେତେକ ଗ୍ରାମବାସୀ ଭଦ୍ରକ ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଗାଁର ଗ୍ରାମ୍ୟ ଜଙ୍ଗଲ ଜମିକୁ କେତେକ ପ୍ରଭାବଶାଳି ବ୍ୟକ୍ତି ଅକ୍ତିଆର କରିଛନ୍ତି । ତେବେ ଏନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ଜମି ହଡପକାରୀଙ୍କୁ ସହଯୋଗ କରି ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ପ୍ରକାର ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗପରେ ମଧ୍ୟ ସ୍ଥାନୀୟ ଥାନାର ଅଧିକାରୀ କେସ ପଞ୍ଜୀକରଣ କରୁନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏସପିଙ୍କୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

   Related Posts