ଜୋର ଧରିଲା ନିରଞ୍ଜନଙ୍କୁ ପଦରୁ ହଟାଇବା ଦାବି, ପିସିସି ସଭାପତି ହେବାକୁ ନେତାଙ୍କ ମଧ୍ୟରେ ଲାଗିଲାଣି ରେସ୍

Published By : Prameya-News7 Bureau | October 09, 2021 IST

ଭୁବନେଶ୍ଵର ୦୯।୧୦: ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେବା ସସପେନ୍ସ ଉପରୁ ପରଦା ହଟିନି କିନ୍ତୁ ପିସିସି ସଭାପତି ହେବାକୁ ନେତାଙ୍କ ମଧ୍ୟରେ ରେସ ଲାଗିଲାଣି । ଗୋଟିଏ ପଟେ ନିରଞ୍ଜନଙ୍କୁ ଗାଦିଚ୍ୟୁତ କରିବାକୁ ତାଙ୍କ ବିରୋଧୀ ଗୋଷ୍ଠୀ ଆରପାର ଲଢ଼େଇ ପାଇଁ ମେଳି ବାନ୍ଧିଲେଣି।  ଏତିକି ବେଳେ ପିସିସି ସଭାପତି ହେବାକୁ ତାରା ବାହିନୀପତି ଖୋଲାଖାଲି ଆଗ୍ରହ ପ୍ରକାଶ କରିଛନ୍ତି। ଏପଟେ ପଞ୍ଚାୟତ ନିର୍ବାଚନ  ପୂର୍ବରୁ ନିରଞ୍ଜନଙ୍କୁ ହଟାଇବାକୁ ଏଆଇସିସି ନିଷ୍ପତ୍ତି ନେବା ପାଇଁ  ଦାବି କରିଛନ୍ତି ମହମ୍ମଦ ମୋକିମ।

ବିରୋଧୀ କହୁଛନ୍ତି ପଦଛାଡ଼ । ନିରଞ୍ଜନ କହୁଛନ୍ତି ଛାଡ଼ି ଦେଇଛି ହେଲେ ନୂଆ ନଆସିବା ଯାଏଁ ରହିଛି। କନଫ୍ୟୁଜନ ଭିତରେ ପିସିସି । ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ନିଜ ଭିତରେ ଲଢ଼େଇ ତେଜିଲାଣି।  ପିସିସି ସଭାପତି ପଦକୁ ନେଇ ଜୋର୍ ଧରିଲାଣି ଟଣାଓଟରା। ପିସିସି ସଭାପତି ପଦରୁ  ନିରଞ୍ଜନ  ଇସ୍ତଫା ଦେବା ନେଇ ସସପନେସ ଉଠିନି । ହେଲେ ଏପଟେ ନିରଞ୍ଜନଙ୍କ ବିରୋଧୀ  ପିସିସି ସଭାପତି ପଦରୁ ନିରଞ୍ଜନ ତଡିବା ପାଇଁ ଜୋରଦାର କସରତ କରୁଛନ୍ତି। ଏତିକି ବେଳେ ତାରା କଂଗ୍ରେସ ବାହିନୀପତି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏଯାଏଁ ନା ନା କରୁଥିବା ତାରା ଏବେ ଖୋଲା ଖୋଲି ଆଗ୍ରହ ପ୍ରକାଶ କରିଛନ୍ତି।  ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି ଯେ ସେ  ପସିସି ସଭାପତି ହେଲେ ସମସ୍ତଙ୍କୁ ନେଇ ଚାଲିପାରିବେ। ଦଳରେ କୌଣସି ବିଶୃଙ୍ଖଳା ହେବ ନାହିଁ। ଦଳରେ ଯେଉଁ ନାଟକ ଚାଲିଛି ସବୁ ସେ ବନ୍ଦ କରିପାରିବେ ।

ଏପଟେ ନିରଞ୍ଜନଙ୍କୁ ଗାଦିଚ୍ୟୁତ କରିବା  ଆରପାର ଲଢ଼େଇ କରିବାକୁ ଚେତବନୀ ଦେଲେଣି ତାଙ୍କ ବିରୋଧୀ ଗୋଷ୍ଠୀ । ଗୋଟାକ ପରେ ଗୋଟେ ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇବାକୁ ପ୍ରସଙ୍ଗ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସ ପଞ୍ଚାୟତ ଡାକିଲେଣି। ପିସିସି ସଭାପତି ପରିବର୍ତ୍ତନ ନେଇ ଦିଲ୍ଲୀ ଖୁବଶିଘ୍ର ନିଷ୍ପତ୍ତି ନେଉ ବୋଲି ଦାବି କରିଛନ୍ତି ମହମ୍ମଦ ମୋକିମ। ସେପଟେ ଏଭଳି ଅସନ୍ତୋଷରେ  କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଅଜଣା ।

ସାଧାରଣ ନିର୍ବାଚନ ପରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିରଞ୍ଜନ ନିଜକୁ ଦାୟୀ କରି ପିସିସି ସଭାପତିରୁ ଇସ୍ତଫା ଦେଇଥିବା ଘାଷଣା କରିଥିଲେ ।ଏବେ ପୁଣି ଆଉ ଥରେ ହାଇକମାଣ୍ଡକୁ ଇସ୍ତଫା ଗ୍ରହଣ କରିବାକୁ ଅବଗତ କରାଇଛନ୍ତି। ହେଲେ ନ ପର୍ଯ୍ୟନ୍ତ ଏଆଇସିସି କିଛି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ କଂଗ୍ରେସ ଭିତରେ ଏବେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.