ଝାରସୁଗୁଡା: କଙ୍ଗନାଙ୍କ ଫଟୋରେ କମେଣ୍ଟସ୍‌ କରି ହରଡଘଣାରେ ଆଇନ୍‌ଜୀବୀ: ବାର୍ କାଉନ୍‌ସିଲକୁ ଚିଠି ଲେଖିଲେ ଜିଲ୍ଲା ଓକିଲ ସଂଘ

Published By : Prameya-News7 Bureau | October 21, 2020 IST

ଝାରସୁଗୁଡା୨୧/୧୦: ବଲିଉଡ୍‌ ଅଭିନେତ୍ରୀଙ୍କ ଫଟୋରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏବେ ହରଡଘଣାରେ ଆଇନ୍‌ଜୀବୀ। ଏ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ସଦସ୍ୟତା ରଦ୍ଦ କରାଯିବା ସହ ତାଙ୍କ ଓକିଲ ଲାଇସେନ୍ସ ରଦ୍ଦ କରିବାକୁ ବାର କାଉନସିଲକୁ ଚିଠି ଲେଖାଯାଇଛି।

{"id":348634,"sizeSlug":"large"}

ଏଥିସହ ଝାରସୁଗୁଡା ଥାନାରେ ତୁରନ୍ତ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ଯାଇଛି। ଝାରସୁଗୁଡ଼ାର ଜଣେ ଓକିଲ ମେହେନ୍ଦୀ ରେଜା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଫେସ୍‌ବୁକ ପୋଷ୍ଟ ତଳେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ସାମାଜିକ ଗଣ ମାଧ୍ୟମରେ ଏଭଳି ଅଭଦ୍ର ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡିଛି। ଝାରସୁଗୁଡାସ୍ଥିତ ହନୁମାନ ମନ୍ଦିର ସେବା ସମିତି ପକ୍ଷରୁ ଏ ନେଇ ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦୀ ରେଜା ପେଶାରେ ଜଣେ ଓକିଲ। ତାଙ୍କର ଏଭଳି ମନ୍ତବ୍ୟ ଦେବା ଫଳରେ ଅଭିନେତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି କରଣୀ ସେନା ପକ୍ଷରୁ କୁହାଯାଇଛି ।

{"id":348635,"sizeSlug":"large"}

ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏ ନେଇ ଝାରସୁଗୁଡା ଥାନାରେ ମେହେନ୍ଦୀ ରାଜାଙ୍କ ବିରୋଧରେ ଦଫା ୨୯୪ ଓ IT ACTର ଧାରା ୬୭ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ବିବାଦ ଘନେଇବା ପରେ ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି। ତା ଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛି ଝାରସୁଗୁଡା ଓକିଲ ସଂଘ ସମେତ ଜିଲ୍ଲା ବିଜେପି ।

{"id":348636,"sizeSlug":"large"}

ବୁଧବାର ଜିଲ୍ଲା ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେହେନ୍ଦୀ ରାଜା ବିରୋଧରେ କଡା ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘର ଅନ୍ତରୀଣ ସଭାପତି ପି ରାମ ମୋହନ ରାଓ। ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଏଭଳି ପୋଷ୍ଟ ପାଇଁ ସହରରେ ଭାଇଚାରା ନଷ୍ଟ ହେଉଥିବା ବେଳେ ତୁରନ୍ତ ମେହେନ୍ଦୀ ରାଜା କୁ ଗିରଫ ପାଇଁ ଦାବି କରିଛନ୍ତି ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଦିନେଶ ଜୈନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.