Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ତୁଷୁରା ହସ୍ପିଟାଲକୁ ଅପଗ୍ରେଡେସନ ଦାବିରେ ଏକ୍ସନ କମିଟିର ପଦଯାତ୍ରା: ଜିଲ୍ଲାପାଳଙ୍କ ସହ ଆଲୋଚନା ଦାବିରେ କଚେରୀ ଛକ ଘେରାଉ

14/06/2021 at 2:38 PM

ତୁଷୁରା ୧୪/୬ : ବଲାଙ୍ଗୀର ତୁଷୁରା ହସପିଟାଲର ଅପଗ୍ରେଡେସନ ଏବଂ ସମସ୍ୟା ସମାଧାନ ଦାବିରେ ଆୟୋଜିତ ପଦଯାତ୍ରା ବଲାଙ୍ଗିରରେ ପହଁଚିଛି । ତୁଷୁରାର ସରକାରୀ ହସପିଟାଲ ଶହେ ବର୍ଷରେ ପାଦ ଦେବ । କିନ୍ତୁ ଆଜି ପର୍ଯ୍ୟନ୍ତ ହସପିଟାଲର ସେତେଟା ଉନ୍ନତିକରଣ ହୋଇପାରିଲା ନାହିଁ । ବିଡମ୍ୱନାର ବିଷୟ ହସପିଟାଲରେ ଜଣେ ବି ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟଙ୍କ ଭରସାରେ ଡାକ୍ତରଖାନା ଚାଲିଛି ।

ଅନ୍ୟ ଏକ ହୋମିଓପାଥି ହସପିଟାଲ ମଧ୍ୟ ଡାକ୍ତର ନାହାନ୍ତି । ବାରମ୍ୱାର ଦାବି ପରେ ମଧ୍ୟ କେହି ଶୁଣିଲେ ନାହିଁ । ଶେଷରେ ତୁଷୁରା ୟୁଥ ଏକ୍ସନ କମିଟି ତରଫରୁ ଆଜି ତୁଷୁରାରୁ ବଲାଙ୍ଗିର ପ୍ରାୟ ୩୦ କିଲୋମିଟରର ପଦଯାତ୍ରା କରାଯାଇଛି । ଗତକାଲି ଉପ ଜିଲ୍ଲାପାଳ ଲମ୍ବୋଧର ଧରୁଆ ପଦଯାତ୍ରା ନକରିବା ପାଇଁ ବୁଝାସୁଝା କରିଥିଲେ । କିନ୍ତୁ ଆଲୋଚନା ବିଫଳ ହୋଇଥିଲା ।

ତେଣୁ ଆଜି ଭୋରରୁ ୟୁଥ ଏକ୍ସନ କମିଟିର କର୍ମକର୍ତ୍ତା ମାନେ ତୁଷୁରା ଠାରୁ ପଦଯାତ୍ରାରେ ବାହାରି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଆଜି ସରକାରୀ ଛୁଟି ଯୋଗୁଁ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ। ଫଳରେ ତାଙ୍କ ସହିତ ଆଲୋଚନା ଦାବିରେ ଆନ୍ଦୋଳନକାରୀ ରାସ୍ତାରୋକ କରିଛନ୍ତି । ୟୁଥ ଏକ୍ସନ କମିଟିର ଏହି ଶୋଭାଯାତ୍ରାକୁ ସମର୍ଥନ କରି ତୁଷୁରାରୁ ବଲାଙ୍ଗିର ରାସ୍ତାରେ ଅନେକ ସଂଗଠନ ସାମିଲ ହୋଇଥିଲେ । ଵଲାଙ୍ଗିର ଠାରେ ମଧ୍ୟ ଅନେକ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

   Related Posts