ପଶ୍ଚିମ ଓଡ଼ିଶାରେ ୪୮ ଘଣ୍ଟିଆ ମହାବନ୍ଦ ସରିଲା ; ଅର୍ଥନୈତିକ ଅବରୋଧ ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି

Published By : Prameya-News7 Bureau | December 01, 2018 IST

ସମ୍ବଲପୁର ୦୧|୧୨: ପଶ୍ଚିମ ଓଡ଼ିଶାରେ ୪୮ ଘଣ୍ଟିଆ ମହାବନ୍ଦ ସରିଲା । ୨ ଦିନ ଧରି ବନ୍ଦ ଥିବା ୭ଟି ଜିଲ୍ଲାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି । ଏହା ସହ ଦୋକାନ ବଜାର, ବ୍ୟାଙ୍କ ସବୁ ଖୋଲିଥିବା ଦେଖିବାକୁ ମିଳିଛି । କିନ୍ତୁ ସରକାରୀ ଅଫିସରୁ ତାଲା ଖୋଲିନି । ୧୨ ଦିନ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ ଆନ୍ଦୋଳନକାରୀ । ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୯୦ ଦିନ ଧରି ପଶ୍ଚିମ ଓଡ଼ିଶା ଓକିଲ ସମୂହ ଆନ୍ଦୋଳନ ଚଳାଇଥିଲେ । ଏହି ବନ୍ଦରେ ୨୦୦ରୁ ଅଧିକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସମର୍ଥନ ଦେଇଛନ୍ତି । ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ଚଳାଚଳ ବନ୍ଦ ହେବା ସହ ପଶ୍ଚିମ ଓଡ଼ିଶାରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା ।  ଦିନ ୧୨ଟା ବେଳେ ଜିଲ୍ଲା ଓକିଲ ସଂଘ ଓ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର  ଜରୁରୀକାଳିନ ବୈଠକ ବସିବ । ବୈଠକରେ ଆଜିଠୁ ଅର୍ଥନୈତିକ ଅବରୋଧ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.