ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ଜାରି ରହିଛି ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | January 08, 2019 IST

ସମ୍ବଲପୁର ୮|୧: ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ନଅଟି ଜିଲ୍ଲାରେ ଜାରି ରହିଛି ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ । ପଶ୍ଚିମ ଓଡ଼ିଶାର  ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ହେଉଥିବା ଆନ୍ଦୋଳନ ତେଜିବାରେ ଲାଗିଛି । ଅର୍ଥନୈତିକ ଅବରୋଧ ଯୋଗୁଁ ପଶ୍ଚିମ ଓଡିଶାର ସମସ୍ତ କଳକାରଖାନାକୁ କଞ୍ଚାମାଲ୍ ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । କୋଇଲା,ଲୁହାପଥର,ମାଙ୍ଗାନିଜ୍ ସମେତ ସମସ୍ତ ଖଣିଜଦ୍ରବ୍ୟ ଟ୍ରକ୍‌ରେ ଲୋଡ୍ ହୋଇ, ଜାତୀୟ ରାଜପଥ ଉପରେ ଠିଆହୋଇରହିଛି । ବିଭନ୍ନ ସ୍ଥାନରେ ରାସ୍ଥା ବନ୍ଦ ହୋଇଯାଇଛି ।

{"id":71297}

ତେବେ  ପ୍ରଥମ ଦିନରେ ବେଶୀ ପ୍ରଭାବିତ ହୋଇଛନ୍ତି  ସମ୍ବଲପୁର,ଦେବଗଡ,ଝାରସୁଗୁଡା ଓ ସୁନ୍ଦରଗଡ ।ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜାତୀୟ ରାଜପଥରେ ବ୍ୟାପକ ପୋଲିସ୍ ମୁତ୍ତୟନ ହୋଇଛନ୍ତି ।  ପରିସ୍ଥିତି ଉପରେ ନଜର ରଖିଛନ୍ତି ୨୦ରୁ ଅଧିକ ପୋଲିସ୍ ଅଧିକାରୀ ଓ ଅତିରିକ୍ତ ଏସ୍ପି ।  ହିଂସାକାଣ୍ଡ ଯେପରି ନଘଟେ ସେଥିବା ପାଇଁ ଆମେ ସଜାଗ ବୋଲି କହିଛନ୍ତି ଜିଲ୍ଲାପାଳ ।  ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ୍ ମୁତ୍ତୟନ କରାଯିବା ସହ, ଜାତୀୟ ରାଜପଥ କଡରେ ଥିବା ସମସ୍ତ ଥାନାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.